କଟକ ତା ୦ ୨/୧୧: ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପାର୍ଟିର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ମହମ୍ମଦ ମୋକିମ ଆଜି କଟକର କାଠଗଡା ସାହି ଅଞ୍ଚଳରେ ଏକ ନିଆରା ‘ଚା’ ଆସର’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ I ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବା ଏବଂ ସେମାନଙ୍କ ସୁଖ-ଦୁଃଖ ବୁଝିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଖଟିରେ ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ ଓ ଯୁବପିଢ଼ି ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ ।
ଏହି ଅବସରରେ ଶ୍ରୀ ମୋକିମ ଉପସ୍ଥିତ ଜନସାଧାରଣଙ୍କ ସହ ରାଜ୍ୟ ତଥା ଦେଶର ସାଂପ୍ରତିକ ରାଜନୈତିକ ଓ ସାମାଜିକ ସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିଥିଲେ I ସେ କହିଥିଲେ ଯେ, “ଗଣତନ୍ତ୍ରରେ ଜନସାଧାରଣ ହିଁ ପ୍ରକୃତ ଶକ୍ତି । ଲୋକଙ୍କ ମୌଳିକ ସମସ୍ୟାର ସମାଧାନ, ବେକାରୀ ଦୂରୀକରଣ ଏବଂ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଆମକୁ ତୃଣମୂଳ ସ୍ତରରୁ ଏକଜୁଟ ହେବାକୁ ପଡ଼ିବ ।” ଏହା ସହିତ ସେ ଦଳୀୟ ସଂଗଠନକୁ ୱାର୍ଡ ତଥା ବୁଥ୍ ସ୍ତରରେ ସୁଦୃଢ଼ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।
ଏହି ‘ଚା’ ଆସର’ କାର୍ଯ୍ୟକ୍ରମରେ ଓଜେସି କଟକ ସହର ସଭାପତି ଶ୍ରୀମତୀ ଗିରି ବାଳା ବେହେରା ଯୋଗଦେଇ ନଗର ସମସ୍ୟା, ସ୍ଥାନୀୟ ବିକାଶ ଓ ମହିଳା ସଶକ୍ତକରଣ ଉପରେ ନିଜର ମତ ରଖୁଥିଲେ I
ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ କର୍ପୋରେଟର କାଞ୍ଚନ ଦାସ, ଉଦୟ ନାଥ ମହାପାତ୍ର, ଶ୍ରୀଧର ମହାରଣା କାଠଗଡ଼ା ସାହି ସଭାପତି, ମାନଦୀ ସାହୁ, ପ୍ରଫୁଲ୍ଲ ମହାରଣା କାଠଗଡ଼ା ସାହି ମହନ୍ତ, ଚନ୍ଦନ ଦାସ, ଜଗନ୍ନାଥ ବେହେରା, ଗୋପାଳ ସାହୁ କାଠଗଡ଼ା ସାହି ଅଧିକାରୀ, ବିଜୟ ସାହୁ କାଠଗଡ଼ା ସାହି ସଂପାଦକ, କେଦାର
ବେହେରା, ଜୟକୃଷ୍ଣ ମହାନ୍ତି ସଂପାଦକ କୁମ୍ଭାର ସାହି, ପ୍ରଦୀପ ସେନାପତି, ରଞ୍ଜିତ ବେହେରା ସଭାପତି କୁମ୍ଭାର ସାହି, ପ୍ରଶାନ୍ତ କୁମାର ବେହେରା, ନାରାୟଣ ମହାରଣା ଅକାରୀ ନିମସାହି, ରାଜେନ୍ଦ୍ର ବେହେରା, ବିଶ୍ବଜିତ ମହାନ୍ତି, ସଚ୍ଚିଦାନନ୍ଦ ମହାରଣା, ରଞ୍ଜନ ଦାସ, ଅନାଦି ମହାରଣା, ମିର ମୁଜାଫର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।