ପ୍ରତିଷ୍ଠିତ ଔପନାସିକ କାହ୍ନୁ ଚରଣ ମହାନ୍ତିଙ୍କ ର 116 ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ

କଟକ : ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଉତ୍କଳ ସାହିତ୍ୟ ସମାଜ ମିଳିତ ଆନୁକୁଲ୍ୟରେ ଲବ୍ଧ ପ୍ରତିଷ୍ଠିତ ଔପନାସିକ କାହ୍ନୁ ଚରଣ ମହାନ୍ତିଙ୍କ ର ଶ୍ରୀରାମ ଚନ୍ଦ୍ର ଭବନ ଠାରେ 116 ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସ୍ୱାଗତ ଭାଷଣ ଦେଇଥିଲେ। କାହ୍ନୁଚରଣ ମହାନ୍ତି ବଲାଙ୍ଗୀର ଜିଲ୍ଲାର ସୋନପୁର ସହରରେ 1906 ମସିହା ଅଗଷ୍ଟ 11 ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଉତ୍କଳ ସାହିତ୍ୟ ସମାଜ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଉଭୟ ମିଳିତ ଭାବରେ ଔପନାସିକ କାହ୍ନୁ ଚରଣ ମହାନ୍ତିଙ୍କ ର 116 ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହରେ ବହୁ ବିଶିଷ୍ଟ ଅତିଥି ମାନେ କାହ୍ନୁ ଚରଣ ମହାନ୍ତିଙ୍କ ସାହିତ୍ୟ କୃତି ଉପରେ ଆଲୋଚନା କରିଥିଲେ । ବିଶିଷ୍ଟ ସାହିତ୍ୟିକା ଡକ୍ଟର ବିଷ୍ଣୁପ୍ରିୟା ଓତା ମୁଖ୍ୟ ଅତିଥି ସାହିତ୍ୟିକ ଡକ୍ଟର ନାରାୟଣ ପଣ୍ଡା, ଓ ଜ୍ଞାନରଞ୍ଜନ ପଣ୍ଡା, ଅତିଥି ଭାବରେ ଯୋଗଦେଇ କାହ୍ନୁ ଚରଣ ମହାନ୍ତିଙ୍କ ସ୍ମୃତି ଚାରଣ କରି କହିଲେ କଥା ସମ୍ରାଟ ଫକୀର ମୋହନ ସେନାପତି ଙ୍କ ଯୋଗ୍ୟ ଉତ୍ତର ଦାୟଦ ଭାବେ ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ କାହ୍ନୁଚରଣ ଏକ ତୁଙ୍ଗ ଆସନର ଅଧିକାରୀ ଥିଲେ। ତାଙ୍କର ଜୀବନ ବ୍ୟାପି ଏକ ନିଷ୍ଠ ସାଧନା ସାମ୍ପ୍ରତିକ ଓଡ଼ିଆ ଉପନ୍ୟାସ କୁ ସମୃଦ୍ଧ କରିଛି। ତାଙ୍କର ଉଲ୍ଲେଖନିୟ ରଚନାବଳୀ ମଧ୍ୟରୁ ଶାସ୍ତି, ଝଞ୍ଜା, ଶେଷ ଏକ ଅନନ୍ୟ ପୁସ୍ତକ। ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ଖନୁ ଚରଣ ଙ୍କ ଦାନ ଅତୁଳନୀୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ର ସଚିବ ଚନ୍ଦ୍ର ଶେଖର ହୋତା ସ୍ଵାଗତ ଭାଷଣ ଦେଇ କାର୍ଯ୍ୟ କ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ। ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ରାଜୀବ ଷଡ଼ଙ୍ଗୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଔପନାସିକ କାହ୍ନୁ ଚରଣ ମହାନ୍ତିଙ୍କ ର ଜୀବନ ବ୍ୟାପି ସାହିତ୍ୟ ସାଧନା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *