
ଵଡଚଣା/ଚଣ୍ଡିଖୋଲ, ୮/୪ ( କ ବ୍ୟୁ ) : ଚଣ୍ଡିଖୋଲ ଛକ ରେ ଅବସ୍ଥାପିତ ଦୁର୍ଘଟଣା ଜନିତ କେନ୍ଦ୍ରଠାରେ ବଡ଼ଚଣା ଗୋଷ୍ଟୀଶ୍ଵାସ୍ତ୍ୟ କେନ୍ଦ୍ରର ଡାକ୍ତର ଆଶିଷ କୁମାର କାଡ ଜୀ ଙ୍କ ସଭାପତି ତ୍ବ ରେ ଜନଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତି ର ଅଧକ୍ଷ ଜିଲ୍ଲାପରିଷଦ ଉପାଧକ୍ଷ ଗଣେଶ୍ୱର ବରାଳ, ସରପଞ୍ଚ ଅଞ୍ଜୁଲତା ସ୍ୱାଇଁ, ବିପିଏମ ବିନୋଦ ବିହାରୀ ସାହୁ, ପ୍ରମୁଖ ଯୋଗଦେଇ କେନ୍ଦ୍ରର ସୁବିଧା ଅସୁବିଧା ସମ୍ପର୍କ ରେ ସବୁକଥା ବୁଝିଥିଲେ। ଆୟୁଷ ଡାକ୍ତର ଲିନା ପଟନାୟକ କାର୍ଯ୍ୟ ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ, ଫାର୍ମାସିଷ୍ଟ ସଂଯୁକ୍ତା ଧଳ କେନ୍ଦ୍ରର ବିବରଣୀ ପାଠ କରିଥିଲେ। କମିଟି ସଦସ୍ୟ ମସିର ଆଲାମ, ମୋହନ ଖିଲାର, ଦୀନବନ୍ଧୁ ନାୟକ, ଏସ. କେ. ସବୀର ଉଦିନ ପ୍ରମୁଖ ଯୋଗଦେଇ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ। ସମସ୍ତ ଆଲୋଚନା ପରେ ସିଦ୍ଧାନ୍ତ ହେଲା ଡାକ୍ତର ଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ, ଔଷଧ କୋଠରୀ, ଲାବୋ୍ରୋଟୋରି, ଆବର୍ଜନା କୁଣ୍ଡ, ସାଇନବୋର୍ଡ, କୟାକଳ୍ପ ପାଇଁ ଆନୁସଙ୍ଗିକ କାର୍ଯ୍ୟ, ଚତୁର୍ଥ ଶ୍ରେଣୀ କର୍ମଚାରୀ, ଓ ସ୍ୱତନ୍ତ୍ର ଡାକ୍ତର ନିଯୁକ୍ତି ଏବଂ ସପ୍ତାହ ରେ ତିନିଥର ଡାକ୍ତର ଆସିବା ଆବଶ୍ୟକ ପ୍ରମୁଖ ପ୍ରସ୍ତାବ ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଉପରିସ୍ଥ ଅଧିକାରୀ ଙ୍କ ସହ ଆଲୋଚନା କରି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ମାନ ଗୃହୀତ ହୋଇଥିଲା. କାର୍ଯ୍ୟକ୍ରମ ରେ କେନ୍ଦ୍ରର କର୍ମଚାରୀ ସରୋଜିନୀ ରାଉତ, ସ୍ବପ୍ନlରlଣୀ ଦଳାଇ,ରାକେଶ ରଣା , ହିମାଂଶୁ ଶେଖର ମଲିକ ପ୍ରମୁଖ ସହଯୋଗ କରିଥିଲେ.। ଶେଷରେ ଫାର୍ମାସିଷ୍ଟ ସଂଯୁକ୍ତା ଧଳ ଧନ୍ୟବାଦ ଅର୍ପଣ କରିଥିଲେ।