
ବଡଚଣା : ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ପୁରାତନ ଛାତ୍ର ସଂଘ ଆନୁକୂଲ୍ୟରେ ଆୟୋଜିତ ସଭାରେ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ବସନ୍ତ କୁମାର ନାୟକ ଙ୍କ ସଭାପତିତ୍ବ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ନାୟକ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ପବିତ୍ର ସାର୍ ଙ୍କ ନିଷ୍ଠାପର ସେବା ଓ ଅଧ୍ୟକ୍ଷ ଭାବେ ତାଙ୍କର ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ବ ଅତ୍ୟନ୍ତ ପ୍ରଶଂସନୀୟ। ବିରୂପା ଗେଙ୍ଗୁଟି ଦିପାଞ୍ଚଳ ରେ ପ୍ରତିଷ୍ଠିତ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ର ଉନ୍ନତି ତଥା ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ଉଦ୍ୟମ କୁ ବିଧାୟକ ଶ୍ରୀ ନାୟକ ପ୍ରଶଂସା କରିବା ସହିତ ମୋର ରାଜନୈତିକ ସଂଘର୍ଷ ସମୟରେ ମୋତେ ବହୁତ ଗଠନ ମୂଳକ ପରାମର୍ଶ ଦେଇଥିଲେ ବୋଲି କହିବା ସହିତ ତାଙ୍କର ଅବସରର କାଳୀନ ଜୀବନ ର ଦୀର୍ଘ ନିରାମୟ, ସୁଖ ସମୃଦ୍ଧି କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କଲେଜ୍ ପରିଚାଳନା କମିଟି ର ପ୍ରାକ୍ତନ ଅଧ୍ୟକ୍ଷ ତ୍ରିଲୋଚନ ରାଉତ,ପୁରାତନ ଛାତ୍ର ସଂଘ ସଂପାଦକ ଶ୍ରୀକାନ୍ତ ଦାସ ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାଶ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମନୋଜ ମିଶ୍ର,ପ୍ରାକ୍ତନ ଅଧ୍ୟକ୍ଷ ଡ଼ ବିଶ୍ୱନାଥ ଦାସ,ଅଧ୍ୟାପକ ତ୍ରୈଲୋକ୍ୟ କୁମାର ସାମଲ, ନୃସିଂହ ଚରଣ ବସ୍ତିଆ, ୬୬୨ବର୍ଗ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ସଂଘ ସଭାପତି ଗୋଲଖ ନାୟକ, ଅବନୀ ରଂଜନ ନାୟକ ରାଜ୍ୟ ଓଷ୍ଟା ସାଧାରଣ ସଂପାଦକ ରଂଜନ କୁମାର ଦାଶ, ଯୁଗ୍ମ ସଂପାଦକ ବ୍ରଜ କିଶୋର ବିଶ୍ବାଳ, ବଡଚଣା ବ୍ଲକ୍ ଓସ୍ଟା ସଂଘ ସଂପାଦକ ସତ୍ୟବାଦୀ ପଣ୍ଡା, ହୋଲି ଜେଶସ୍ ପବ୍ଲିକ୍ ସ୍କୁଲ ର ଅଧ୍ୟକ୍ଷା ତଥା ବି କେ ଏଜୁକେଶ୍ ନାଲ୍ ଟ୍ରଷ୍ଟ ର ଅଧ୍ୟକ୍ଷା କାମିନୀ ନାୟକ,ଅଧ୍ୟାପକ ଚକ୍ରଧର ନାୟକ, ପ୍ରମୁଖ ଯୋଗଦେଇ ଶ୍ରୀ ମାହାଲା ଙ୍କ କାର୍ଯ୍ୟ ଦକ୍ଷତା, କର୍ମକୁସଳତା, କର୍ତ୍ତବ୍ୟନିଷ୍ଟା,ସମୟାନୁବର୍ଟିତାର ଉଚ୍ଚ ପ୍ରଶଂସା କରିଥିଲେ। ଅହି ଅବସରର ଏକ ସ୍ମରଣିକା “ଅବସରଣିକା”କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ବହୁ କଲେଜର ଅଧ୍ୟକ୍ଷ,ପ୍ରାଧ୍ୟାପକ,ଅଧ୍ୟାପିକା, ବିଭିନ୍ନ ଅନୁଷ୍ଠାନ , ଓ ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାାଇଥିଲା। ଶେଷରେ ସମ୍ବର୍ଦ୍ଧନା ର ଉତ୍ତରରେ ଶ୍ରୀ ମାହାଲା ବୃତ୍ତି ଗତ ଜୀବନର ଶେଷ ଦିନରେ ନିକ ଗୁରୁଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେବା ଗୌରବର ବିଷୟ ବୋଲି କହିବା ସହିତ ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଛାତ୍ର ଛାତ୍ରୀ ମାନଙ୍କ ସାହାଯ୍ୟ ସହଯୋଗ ସବୁଦିନେ ମନେ ରହିବ ବୋଲି ଭାବବିହ୍ୱଳ ହୋଇ କହିଥିଲେ। ଶେଷରେ ପୁରାତନ ଛାତ୍ର ସଂଘ ସଭାପତି କେଶବ ଚନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ।