କୋରାପୁଟ,୨୩।୨() କୋଟପାଡ ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି।କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଏସପି ରୋହିତ ବର୍ମା,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଜୟପୁର ଉପ ଜିଲ୍ଲାପାଳ ଆକବରମ ସସ୍ୟା ରେଡ୍ଡୀ ପ୍ରମୁଖଙ୍କ ଉପସ୍ଥିତିରେ ସମୁଦାୟ ୩୪ ଗୋଟି ଅଭିଯୋଗ ଶୁଣାଣୀ କରାଯାଇଥିଲା। ଏଥିରେ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଭାବେ ୧୭ ଟି ଲେଖାଏଁ ଅଭିଯୋଗ ରହିଥିଲା। ଏହାକୁ ନେଇ ଜ଼ିଲ୍ଲା ପାଳ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବା ସକାଶେ ବିବାଗୀୟ ଆଦିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି। ଉକ୍ତ ଅଭିଯୋଗ ଶୁଣାଣି ଶିବିରକୁ କୋଟପାଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ସନ୍ଧ୍ୟା ସାମର୍ଥ ସମେତ ବ୍ଲକ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅଭିଯୋଗ ଶୁଣାଣୀ ପରେ ଏସ ବି ନୂଆଗାଁର ଡଙ୍ଗରୀଗୁଡା ହସ୍ତତନ୍ତ ବୟନିକା କେନ୍ଦ୍ର ଗସ୍ତ କରି ମାଆ ତାରା ତାରିଣୀ ମହିଳା ଗୋଷ୍ଠୀର ମହିଳା ମାନଙ୍କ ସହ ଆଲୋଚନା କରିଥିଲେ I