ନିଜ ବନ୍ଧୁକ ର ଗୁଳିରେ ଆମ୍ପହତ୍ୟା କଲେ କନେଷ୍ଟବଳ


ନୟାଗଡ : ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ଯା କଲେ କନେଷ୍ଟବଳ । ନୟାଗଡ ପୋଲିସ ବ୍ଯାରାକରେ ଘଟିଛି ଘଟଣା । ମୃତକ ହେଲେ କନେଷ୍ଟବଳ ସୁନିଲ୍ ସେଠୀ । ସୁନିଲଙ୍କ ଘର ବାହାଡାଝୋଲା ଅଞ୍ଚଳରେ । ସୁନୀଲ ପରି ବାପା ଅଶୋକ ଙ୍କ ଅଙ୍ଗରଖି ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ସରଣକୁଳ ଥାନା ଅଂଚଳ ର ଝିଅ ସାଙ୍ଗରେ ନିବନ୍ଧ ହୋଇଥିଲା। ଗତ ରାତିରେ ତାକୁ ଫୋନ ରେ ଶେଷ ମେସେଜ କରିଥିଲେ। ସକାଳୁ ଅନ୍ୟ ସହପାଠୀ ଲୁଗା ଶୁଖାଇବାକୁ ଆସିଥିବା ବେଳେ ଦେଖିଲେ ନିଜ ବନ୍ଧୁକ ରେ ମୁଣ୍ଡକୁ ଗୁଳିକରୀ ଆମ୍ପହତ୍ୟା କରିଛନ୍ତି। ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଛନ୍ତି। ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି ଯେଉଁ ଝିଅ ସହିତ ତାଙ୍କର ନିର୍ବନ୍ଧ ହୋଇଥିଲା ତାକୁ ପରିବାର ଲୋକ ବିରୋଧ କରୁଥିଲେ। ପରିବାର ଲୋକଙ୍କ ଚାପ ରେ ସେ ଆମ୍ପହତ୍ୟା କରିଥିବା ନୟାଗଡ ଏସ ପି ଏସ ସୁଶ୍ରୀ କହିଛନ୍ତି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *