ପରମ ପ୍ରଭୁ ଶ୍ରୀଅରବିନ୍ଦଙ୍କର ପବିତ୍ର ଶ୍ରୀତନୁ ସ୍ମାରକୀ ପ୍ରତିଷ୍ଠା

ବାଲିଆପାଳ-ପାଳପଡା(କ:ବ୍ଯୁ)
ତା୦୧\୦୨\୨୦୨୬

କରୁଣାମୟୀ ଜଗତ୍ଜନନୀ ଶ୍ରୀମାଙ୍କର ଅହେତୁକ କୃପା ବଳରେ ବହୁ ପ୍ରତିକ୍ଷିତ ପବିତ୍ର ଶ୍ରୀଅରବିନ୍ଦଙ୍କର ଶ୍ରୀତନୁ ସ୍ମାରକୀ ଅଦ୍ୟ ତା ୦୧-୦୨-୨୬ରିଖ ଅପରାହ୍ନ ଘ୩.୧୫ ସମୟରେ ପାଳପଡା ସ୍ଥିତ ଶ୍ରୀଅରବିନ୍ଦ ସାଧନା କେନ୍ଦ୍ର ଅଧ୍ୟରେ ସ୍ଥାପନ କରାଯାଇ ଥିଲା l ପ୍ରାତଃ ଘ ୬ ସମୟରେ ଭାରତର ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରାଯାଇ ଏକ ସାମୁହିକ ଧ୍ୟାନ ପରେ ଛମୌଜ ଶ୍ରୀଅରବିନ୍ଦ ଆଶ୍ରମରେ ରଖାଯାଇଥିବା ପବିତ୍ର ଶ୍ରୀତନୁ ଆଶ୍ରମର ସାଧକ ଶ୍ରୀ କରୁଣାକର ଭାଇଙ୍କ ହସ୍ତରୁ ଗ୍ରହଣ କରି ଶଙ୍ଖ ଧ୍ଵନି ସହ ମନ୍ତ୍ରୋଚ୍ଚାରଣ କରାଯାଇ ଏକ ବିରାଟ ଶୋଭାଯାତ୍ରା ଆରମ୍ଭ କରାଯାଇ ଥିଲା l ଏକ ସୁସ୍ଵଜିତ ଗାଡ଼ିରେ ପବିତ୍ର ଶ୍ରୀତନୁ ସ୍ମାରକୀ କଟକର ଡାଳିଯୋଡ଼ା ଶ୍ରୀଅରବିନ୍ଦ ଆଶ୍ରମର ବିଶିଷ୍ଟ ସାଧକ ଶ୍ରୀ ପ୍ରଭାତ କୁମାର ନାୟକ, ଜିଲ୍ଲା ସଂଗଠକ ଶ୍ରୀ ଦୟାନିଧି ପାତ୍ର ଏବଂ ପାଳପଡା ସ୍ଥିତ ଶ୍ରୀଅରବିନ୍ଦ ସାଧନା କେନ୍ଦ୍ରର ସାଧିକା ଲକ୍ଷ୍ମୀ ଅପାଙ୍କ ଗହଣରେ ରଖାଯାଇ ଶୃଙ୍ଖଳିତ ମୋଟର ବାଇକ ରାଲିରେ ବନ୍ଦେମାତରମ ଗାଡି ସହ ପାଳପଡା ଶ୍ରୀଅରବିନ୍ଦ ସାଧନା କେନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରାଯାଇ ଥିଲା l ରାସ୍ତାରେ ବିଭିନ୍ନ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ତଥା ବିଭିନ୍ନ ଛକ ଜାଗା ଏବଂ ଜାମଳl ଗ୍ରାମର ଶ୍ରୀଯୁକ୍ତ ରାଖାଲ ଚନ୍ଦ୍ର ମାହାନାଙ୍କ ବାସଭବନ “ଉପସ୍ଥିତି”ରେ କିଛିସମୟ ଅଟକି ଭକ୍ତ ମାନଙ୍କର ପୁଷ୍ପ ସମ୍ଭାଷଣ ଗ୍ରହଣ ପୂର୍ବକ ପାଳପଡା ସାଧନା କେନ୍ଦ୍ରରେ ଦିବା ୧୨.୩୦ ମିନିଟ ସମୟରେ ପହଞ୍ଚି ଥିଲେ l ରାସ୍ତାର ଦୁଇ କଡରେ ବିଭିନ୍ନ ମୁରୁଜ କଟାଯାଇ ପ୍ରଭୁଙ୍କର ପବିତ୍ର ଶ୍ରୀତନୁ ସ୍ମାରକୀ ନୀରବତା ଭିତରେ ଧାଡି ଧରି ଭକ୍ତ ମାନେ ସମ୍ଭାଷଣ ଜଣାଇଥିଲେ l ଶ୍ରୀତନୁ ସ୍ମାରକୀ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଏକ ସୁସଜ୍ଜିତ ମଣ୍ଡପରେ ରଖାଯାଇଥିଲା l ସର୍ବସାଧାରଣଙ୍କ ପାଇଁ ଆୟୋଜନ କରାଯାଇଥିବା ମାଧ୍ୟାନ୍ନ ଭୋଜନ ପରେ ଅପରାହ୍ନ ଘ.୨.୪୫ରେ ଦର୍ଶନ ମଣ୍ଡପରୁ ମନ୍ଦିର ମଧ୍ୟକୁ ପ୍ରଭୁଙ୍କର ପବିତ୍ର ଶ୍ରୀତନୁ ସ୍ମାରକୀ ନିଆଯାଇ ଆଗରୁ ତିଆରି ହୋଇସାରିଥିବା ପବିତ୍ର ସମାଧି ବେଦୀରେ କୃପାମୟୀ ଶ୍ରୀମାଙ୍କର ଯନ୍ତ୍ର ସଂଗୀତ ସହ ନିରବ ଧ୍ୟାନ କରାଯାଇ ପବିତ୍ର ଶ୍ରୀତନୁ ସ୍ମାରକୀ ସଂସ୍ଥାପନ କରାଯାଇଥିଲା l ପରେ ସମାଧି ମନ୍ଦିରରେ ପ୍ରଣାମ ନିବେଦନ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇ ଥିଲା।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *