
ବାରିପଦା-ଉଦଳା ତା୦୬/୦୨/୨୦୨୬ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ମହାବିଦ୍ୟାଳୟ ର ୬୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଉପଖଣ୍ଡ ର ଗାରିମା ଗୋୖରବ ବହନ କରିଥିବା ସର୍ବପୁରାତନ ମହାବିଦ୍ୟାଳୟ ପରୀସର ରେ ଉତ୍ସବ ମୁଖର ହୋଇଉଠିଛି।ଅଧ୍ୟକ୍ଷ ଶ୍ରୀକାନ୍ତ କୁମାର ପଟେଲ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବବେ ଉଦଘାଟିତ ହୋଇଯାଇଛି ।ମୁଖ୍ୟ ବକ୍ତା ଡ଼ ସୁବ୍ରତ କୁମାର ରଣା ଶ୍ରୀରାମ ଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ , ସମ୍ମାନିତ ଅତିଥି ଭାବେ ଉଦଳା ଏନ୍ ଏ ସି ଚେୟାର ପରସନ ପ୍ରମିଳା ପଣ୍ଡା, ଅନ୍ୟତମ ସମ୍ମାନିତ ଅତିଥି କପ୍ତିପଦା ଉପଖଣ୍ଡ ର ଉପଜିଲ୍ଲାପାଳ ତଥା ପରୀଚାଳନା କମିଟି ର ସଭାପତି ସୁଶାନ୍ତ କୁମାର ବାରିକ ମଞ୍ଚାସିନ ଥିଲେ । ଅଧ୍ୟାପକ ସୌମେନ୍ଦ୍ର ଦାଶ ସ୍ବାଗତ ଭାଷଣ ପ୍ରଦାନ କରି ମହାବିଦ୍ୟାଳୟ ର ବହୁ ଅବିସ୍ମରଣୀୟ କଥା ଗୁଡ଼ିକୁ ମନେ ପକାଇଥିଲେ ।ଅଧ୍ୟାପିକା ଡ଼ ମୀନାକ୍ଷୀ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିବା ଵେଳେ ଅଧ୍ୟାପକ ସନ୍ତୋଷ କୁମାର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । ବାର୍ଷିକ ବିବରଣୀ ପ୍ରାଧ୍ୟାପକ ଡ଼ ଦିବ୍ୟ ଲୋଚନ ଭୂୟାଁ ବିବରଣୀ ପଠନ କରିଥିଲେ ।ଅତିଥି ମାନେ ବକ୍ତବ୍ୟ ଛଳରେ ଆଜିର ଛାତ୍ର ଛାତ୍ରୀ ଙ୍କୁ ଉତ୍ତମ ବ୍ୟବହାର, ପିତା ମାତା ଙ୍କ ପ୍ରତି ନିଜ ନିଜର କର୍ତ୍ତବ୍ୟ ଓ ଦାୟିତ୍ଵ ଉପରେ ଗୁରୁତ୍ବ ଆରୋପ କରିଥିଲେ । ଅତିଥିମାନଙ୍କ କର କମଳ ରେ ମହାବିଦ୍ୟାଳୟ ର ବାର୍ଷିକ ପତ୍ରିକା କାନନିକା ଉନ୍ମୋଚନ ହୋଇଯାଇଛି ।ମହାବିଦ୍ୟାଳୟ ର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରି ଥିବା ପ୍ରତିଯୋଗୀ ଙ୍କୁ ଅତିଥିମାନଙ୍କ ଦ୍ବାର ପୁରସ୍କାର ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମ ସମାପ୍ତ ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ ହୋଇଥିଲା ।
ଦୀନବନ୍ଧୁବାରିକ