
ବାରିପଦା-ଉଦଳା(କ:ବ୍ଯୁ) ତା୩୦.୦୧.୨୬ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ରେ ମା ଙ୍କ ଶ୍ରାଦ୍ଧ ଦିବସରେ କରିଲେ ମହତ କାମ। ରୋଗୀ ମାନଙ୍କ ଉଦେଶ୍ୟରେ କପ୍ତିପଦା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଦୁଇ ଗୋଟି କେବିନ୍ ନିର୍ମାଣ କରି ତାହାକୁ କରିଲେ ଉତ୍ସର୍ଗୀକୃତ। ମାନସ ରଞ୍ଜନ ବିଶ୍ୱାଳଙ୍କ ଙ୍କ ଦୁଇ ଭାଇ ଓ ବଡ ଭଉଣୀ ମା ଶାନ୍ତିଲତା ବିଶ୍ୱାଳ ଏବଂ ବାପା ମାଗୁଣି ଚରଣ ବିଶ୍ୱାଳ ଙ୍କ( ଅବସର ପ୍ରାପ୍ତ ଶିକ୍ଷା ନୀରିକ୍ଷକ)ସ୍ମୃତିରେ ଆଜି ଦୁଇ ଗୋଟି ଶୀତତାପ ନିୟନ୍ତ୍ରିତ କେବିନ୍ ତିଆରି କରି ତାହାକୁ ଉଦଳା ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ଉଦେ୍ଧଶ୍ୟ ରେ ଡାକ୍ତରଖାନା କୁ ହସ୍ତାନ୍ତର କରିଛନ୍ତି।ଉପଖଣ୍ଡ ର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ,ଏନଏସି ଅଧ୍ୟକ୍ଷ ପ୍ରମିଳା ପଣ୍ଡା , ଅଧ୍ୟିକ୍ଷକ ଦାୟିତ୍ଵ ନିର୍ବାହ କରୁଥିବା ଶିଶୁ ବିଶେଷଜ୍ଞ ଡ଼ାକ୍ତର ଲକ୍ଷ୍ମୀ କାନ୍ତ ପତି ଏହି କେବିନ୍ କୁ ଫିତା କାଟି ଉଦଘାଟନ କରିଥିଲେ । ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳିକା ନିରୁପମା ମହାନ୍ତି, ହିସାବ ରକ୍ଷକ ଅରୁପ ସାହୁ ଓ ଉଦଳା ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ ମାନସ ଙ୍କ ବଡ଼ ଭାଇ ହୃଦୟ ରଞ୍ଜନ ବିଶ୍ୱାଳ,ରୁଦ୍ର ରଞ୍ଜନ ବିଶ୍ୱାଳ,ଭଊଣୀ
ରଞ୍ଜିତା ବିଶ୍ୱାଳ ପ୍ରମୁଖ ଥିଲେ । ଏହା ସହିତ ମେଡିକାଲରେ ଦୁଇ ଗୋଟି କେବିନ୍ ବଢ଼ି ବାରୁ ରୋଗୀ ଙ୍କ ନିମନ୍ତେ ଅଧିକ ସହାୟକ ହେବ ବୋଲି କହିଛନ୍ତି କେବିନ୍ ସମର୍ପଣ କରିଥିବା ମାନସ ରଞ୍ଜନ ବିଶ୍ୱାଳ। ଯାହା ଫଳରେ ରୋଗୀ ମାନେ ଆଗାମୀ ଦିନରେ ଅଧିକ ଉନ୍ନତ ସେବା ପାଇବା ସହିତ ଦେଖାଯାଉଥିବା ସମସ୍ୟା ଦୂରୀଭୂତ ହେବ ବୋଲି ଆଶା କରିଛନ୍ତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)