ବାରିପଦା-ଉଦଳା(କ:ବ୍ଯୁ) .ତା୦୧/୨୦୨୬ ଓଡିଶା ସରକାର ତଥା ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶକ୍ରମେ କପ୍ତିପଦା ଉପଖଣ୍ଡ ସ୍ତରୀୟ ସହିଦ୍ ଦିବସ ଆଜି ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ସ୍ୱାଧୀନତା ସଂଗ୍ରାମରେ ଦେଶମାତୃକା ପାଇଁ ପ୍ରାଣ ବଳି ଦେଇଥିବା ସହିଦ୍ ମାନଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଆୟୋଜିତ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କାର୍ଯ୍ୟକ୍ରମ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବେଳେ ଗାନ୍ଧିଜୀଙ୍କ ଅହିଂସା ଏବଂ ସତ୍ୟାନୁସରଣ ମାର୍ଗରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଡେପୁଟି କଲେକ୍ଟର ପଣ୍ଡା ମହୋଦୟ ପରାମର୍ଶ ଦେଇଥିଲେ । କାର୍ଯ୍ୟାଳୟର ଅନ୍ୟତମ ଡେପୁଟି କଲେକ୍ଟର ଅଙ୍କିତା ହାଁସଦାଃ, ସହକାରୀ ଜିଲ୍ଲାପାଳ ପ୍ରବୀଣ ମାଝୀ, ତପନ ବାରିକ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଲିପିପୁଷ୍ପା ଦାସ, ସହକାରୀ ଯୋଗଣ ଅଧିକାରୀ ଶରତ ବେହେରା, ସେକ୍ସନ ଅଫିସର ଶାଙ୍ଖାଇ ହେମ୍ବ୍ରମ୍, ରମେଶ ପୃଷ୍ଟି, କର୍ମଚାରୀ କବିତା ଖିଲାର, ସତ୍ୟପ୍ରକାଶ ପାତ୍ର, ରାଉତରାୟ ମୁର୍ମୁ, ଗୌତମ ପ୍ରଧାନ, ଶ୍ରୀତମ ମହାନ୍ତି, ହିମାଂଶୁ ଶଙ୍ଖୁଆ, ମୃତ୍ୟୁଞ୍ଜୟ ନାୟକ, କୈଳାସ ଦନୈକ, ଅଜିତ୍ କୁମାର ମହାପାତ୍ର, କରୁଣାକର ମହାନ୍ତ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)