ବାଲ୍ୟ ବିବାହ ରୋକ ପାଇଁ ସାଇକେଲ ରାଲି

ବାରିପଦା-ଉଦଳା(କ:ବ୍ଯୁ)
ତା୨୭\୦୧\୨୦୨୬
ବାଲ୍ୟ ବିବାହ ସଚେତନତା ନେଇ ସାଧାରଣତନ୍ତ୍ର ଦିବସରେ ଉଦଳା କୋର୍ଟ ପକ୍ଷରୁ ସାଇକେଲ ରାଲି।ତାଲୁକ ଆଇନ ସେବା ସଂସ୍ଥା ଦ୍ୱାରା ପତ୍ତାକା ଉତ୍ତଳୋନ ପରେ ବାଲ୍ୟ ବିବାହ ମୁକ୍ତ ପାଇଁ ଏକ ସଚେତନତା ରାଲି ଉଦଳା କୋର୍ଟ ପରିସରରୁ ବାହାରି ଉଦଳା ବଜ଼ାର ପରିକ୍ରମା ପରେ କୋର୍ଟ ପରିସରରେ ଉଦଯାପନୀ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ଉଦଳା ଏ ଡି ଜେ ପ୍ରଦୀପ କୁମାର ବେହେରା ଓ କନିଷ୍ଠ ଦୌରାଜଜ ଅନୁରାଗ ଦେହୁରୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆଜି ଉଦଳା କୋର୍ଟ ପରିସର ରୁ ଏକ ସାଇକେଲ ରାଲି ବଜାର ପରିକ୍ରମା କରିଥିଲା। ବାଲ୍ୟ ବିବାହ କୁ କିପରି ରୋକାଯାଇପାରିବ ସେ ନେଇ ସାଧାରଣ ଲୋକେ ସଚେତନ ହେବା ସହିତ ପ୍ରତି ନାବାଳିକା ଙ୍କର ପାଠ ପଢିବା ଏବଂ ଶିକ୍ଷା ଅଧ୍ୟୟନ ର ଅଧିକାର ଅଛି, ତେଣୁ ତାହାକୁ ରୋକ ନ ଲଗାଇ ସେମାନଙ୍କୁ ପାଠ ପଢ଼ାଇବା ସହିତ ଉଚ୍ଚ ଶିକ୍ଷିତ କରିବା ଜରୁରୀ। ବିଶେଷ କରି ଗ୍ରାମାଞ୍ଚଳରେ ସଚେତନତା ଅଭାବ ରୁ ବାଲ୍ୟ ବିବାହ ପ୍ରଥା ଏବେ ବି ରହିଛି। ଏହା ସହିତ ଅନେକ କଡା ଆଇନ ରହିଥିଲେ ସୁଦ୍ଧା ସେଥିରୁ ଅଜ୍ଞ ରହି ଅନେକ ବାରମ୍ବାର ବାଲ୍ୟ ବିବାହ କରାଉଛନ୍ତି, ଯାହା ଦ୍ୱାରା ଛୋଟ ଅବସ୍ଥାରେ ନାବାଳିକା ମାନେ ନାନା ସମସ୍ୟା ର ସାମ୍ନା କରୁଛନ୍ତି ତେଣୁ ସମସ୍ତେ ସଜାଗ ହେବା ପାଇଁ ଏହି ରାଲିରେ ବାର୍ତ୍ତା ଦିଆଯାଇଥିଲା।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *