ବାରିପଦା(କ:ବ୍ଯୁ) ତା୨୮\୦୧\୨୦୨୬
ମେଘାସନୀ ମହୋତ୍ସବ ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉ ଅଛକି , ଆସନ୍ତା ୧ ରୁ ୮ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହେବାକୁ ଥିବା ମେଘାସନୀ ମହୋତ୍ସବ ଉପଲକ୍ଷେ ଉତ୍ତମ ଧରଣର ଚିତ୍ରୋତଳ (ଫୋଟୋଗ୍ରାଫି) ପ୍ରଦର୍ଶନୀ ଆୟୋଜନ କରାଯାଉଛି।
ଏଣୁ ଆପଣ ମାନଙ୍କୁ ଅନୁରୋଧ କି ତା ୩୧-୦୧-୨୦୨୬ ରିଖ ସୁଦ୍ଧା ଆପଣ ମାନେ ନିଜର ୨ ଟି ଉତ୍ତମ ମାନର ଫୋଟୋଗ୍ରାଫିକୁ ବାଇଣ୍ଡିଙ୍ଗ କରି ଜିଲ୍ଲା ପରିଷଦ , ମୟୁରଭଂଜ କାର୍ଯ୍ୟାଳୟ ଠାରେଏହି ଦାୟିତ୍ୱରେ ଥିବା କର୍ମଚାରୀଙ୍କ ପାଖରେ ଦାଖଲ କରିବେ ଯାହାକି ମହୋତ୍ସବ ସମୟରେ ମହୋତ୍ସବ ସ୍ଥାନରେ ପ୍ରଦର୍ଶିତ ହେବ। ଫୋଟୋ ଦାଖଲ ସମୟରେ ଫୋଟୋ ସହିତ ନିଜର ନାମ ଠିକଣା ଦେବେ। ପ୍ରଦର୍ଶନୀରେ ଦେଇଥିବା ଫୋଟୋଗ୍ରାଫି ଗୁଡିକ ମଧ୍ୟରୁ ଶ୍ରେଷ୍ଠ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭାବେ ମନୋନୀତ ଫୋଟୋଗ୍ରାଫିକୁ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ଏ ସମ୍ବନ୍ଧରେ ସବିଶେଷ ସୂଚନା ଓ ତଥ୍ୟ ପାଇବା ପାଇଁ ମୋବାଇଲ ନମ୍ବର 7978264443 ଏବଂ
7853093459 ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଉଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)