“ମଡର୍ନ ଡାନ୍ସ ଏକାଡେମୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ”

ବାରିପଦା-ଉଦଳା(କ:ବ୍ଯୁ) ତା୦୧\୦୨\୨୦୨୬
ମୟୁରଭଞ୍ଜ ଜିଲ୍ଲା ଉଦଳା ମଡର୍ନ ଡାନ୍ସ ଏକାଡେମୀ ସ୍କୁଲ ପକ୍ଷ ରୁ ଦ୍ଵିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ଅତୁଲ ନାୟକ ଙ୍କ ପଡିଆ ରେ ଅନୁଷ୍ଠିତ ହୋଇ ଯାଇଛି! ମୁଖ୍ୟ ଅତିଥି ଭାବେ ଉଦଳା ଏନଏସି ଅଧକ୍ଷା ପ୍ରମିଳା ପଣ୍ଡା ଯୋଗ ଦେଇ ନୃତ୍ୟ ମାଧ୍ୟମ ରେ ଶାରୀରିକ, ମାନସିକ ଓ ବୌଦ୍ଧିକ ର ବିକାଶ ହେବା ସହ କଳା ର ମଧ୍ୟ ବିକାଶ ହୋଇଥାଏ ବୋଲି ବକ୍ତବ୍ୟ ରେ ପ୍ରକାଶ କରିଥିଲେ! ପ୍ରଥମେ ଉଦଳା ଓଡ଼ସି ନୃତ୍ୟ ଶିକ୍ଷାକେନ୍ଦ୍ରର ଛାତ୍ରୀ ମାନଙ୍କ ଦ୍ଵାରା ଓ ଏହା ପରେ ମଡର୍ନ ଡାନ୍ସ ଏକାଡେମୀ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ପରିବେଷଣ ହୋଇଥିଲା! ପରିଶେଷ ରେ ବିଭିନ୍ନ କ୍ରୀଡା ର କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ!ଏହି ବାର୍ଷିକ ଉତ୍ସବରେ ମଡର୍ନ ଡାନ୍ସ ଏକାଡେମୀର ପ୍ରତିଷ୍ଠାତା ରାଜକୁମାର୍ ମାଝୀ, ଓ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ବସନ୍ତ କୁମାର ପାତ୍ର ଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତଥା ଅଭିଭାବକ ମାନେ ପ୍ରମୁଖ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *