“ବାରିପଦା ଉତ୍କଳ କରାଟେ ସ୍କୁଲ ବରିଷ୍ଠ ଓ ଯୁବ Catagory ରେ ୪ଗୋଟି ପଦକ ହାସଲ କରିଛି”

ବାରିପଦା(କ:ବ୍ଯୁ) ତା୨୬\୦୧\୨୦୨୬
ବରିଷ୍ଟ ଓ ଯୁବ Catagory ରେ ବାରିପଦା ଉତ୍କଳ କରାଟେ ସ୍କୁଲକୁ 4 ଟି ପଦକ। ଗତ ତା -25 ରିଖ ଭୁବନେଶ୍ୱର ସ୍ଥିତ ଉତ୍କଳ କରାତେ ସ୍କୁଲରେ ଓଡ଼ିଶା ରାଜ୍ୟ କରାଟେ ସଂଘ (ଓସ୍କା) ପକ୍ଷରୁ 37ତମ ରାଜ୍ୟ କରାଟେ ଚମ୍ପିନ ଶିପ 2026 ଉଦଯାପିତ ହୋଇ ଯାଇ ଅଛି । ସୁକୋକାଇ କରାଟେ ୟୁନିଅନ ତଥା ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ହାଂସି ଡକ୍ଟର ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତଵାବଧାନରେ ଏହି ଚାମ୍ପିୟନଶିପ ଆୟୋଜିତ ହୋଇଥିଲା । ଏହି ଚାମ୍ପିଅନସିପ ରେ ବାରିପଦା ଉତ୍କଳ କରାଟେ ସ୍କୁଲ ମେନ୍ ଡୋଜୋ (ଦାର୍ଗଡାହି ସ୍ଥିତ ଯୁବ୍ଲି ପେଟ୍ରୋଲ ପମ୍ପ ପାଖ )ରୁ ତଥା କ୍ୟୋନସି ଶ୍ରୀକାନ୍ତ ବାରିକ ଓ ମୁଖ୍ୟ ପ୍ରଶିକ୍ଷକ ରେଂଶି ସୁଶାନ୍ତ ବାରିକଙ୍କ ତତ୍ତ୍ବାଵାବଧାନରେ 5ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥି ମଧ୍ୟରୁ ଶୁଭ୍ରଜିତ୍ ନାୟକ under-21 Catagory ରେ kumite ରେ କାଂସ୍ୟ ପଦକ ଓ ଏସ.ଆର୍.କ୍ରିଷ୍ଣା, ଶୁଭ୍ରଜିତ୍ ନାୟକ, ଏସ.ଆର୍.ଶିବ ଆଦି ଟିମ୍ କାତା ରେ କାଂସ୍ୟ ପଦକ ହାସଲ କରିଛନ୍ତି। ସ୍କୁଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ଆସିଥିବା ଉପନିର୍ଦେଶକ କରୁଣା କର ହେମ୍ବ୍ରମ, ସେକ୍ରେଟାରୀ ଯଦୁନାଥ ନାୟକ ଏବଂ ରଞ୍ଜନ ପୃଷ୍ଟି କୃତିକୃତୋ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି) ଫଟୋଜାଇଛି

Leave a Reply

Your email address will not be published. Required fields are marked *