” ଉଦଳା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର୨୯ତମ ପ୍ରତିଷ୍ଠା ଦିବସ ପାଳନ “

ବାରିପଦା-ଉଦଳା(କ:ବ୍ଯୁ) ତା-୨୬/୧୨–୨୫ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ନେତୃତ୍ୱରେ ତଥା ସଭାପତିତ୍ୱରେ ମହା ଆଡ଼ମ୍ବରରେ ବିଜୁ ଜନତା ଦଳ ୨୯ ତମ ପ୍ରତିଷ୍ଠା ଦିବସ ପାଳନ କରିଅଛି । ଉଦଳା ନିର୍ବାଚନ ମଣ୍ଡଳୀରେ ସମସ୍ତ ବିଜୁ ପରିବାରର ସଦସ୍ୟମାନେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପ, ଦୀପ, ଧୂପ, ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉପସ୍ଥିତ ନେତୃମଣ୍ଡଳୀମାନେ ଆଜକୁ ଅଠେଇଶ ବର୍ଷ ତଳର ଓଡ଼ିଶାର ଚିତ୍ର ତଥା ଇତିହାସ ସଂପର୍କରେ ଉପସ୍ଥିତ କର୍ମୀ ମାନଙ୍କୁ ଅବଗତ କରିଥିଲେ । ଅଭାବ ଓଡ଼ିଶାକୁ ପ୍ରଭାବ ଓଡ଼ିଶାରେ ପରିଣତ କରିଥିବା ନେତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତାଦଳର ସଭାପତି ମାନ୍ୟବର ନବୀନ ପଟ୍ଟନାୟକ । ୨୦୦୦ ମସିହାରେ ଯେତେବେଳେ ନବୀନ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଲେ, ସେତେବେଳେ ଏକ ଋଣଗ୍ରସ୍ତ ରାଜ୍ୟ ଭାବରେ ଓଡ଼ିଶା ପରିଚିତ ଥିଲା । ମୋଟ ଜନସଂଖ୍ୟାର ଅଧାରୁ ଅଧିକ ଲୋକ ଗୋଟିଏ ଓଳି ଠିକ୍ ଭାବରେ ଖାଇବାକୁ ପାଉନଥିଲେ । ନବୀନ ବାବୁଙ୍କର ନିଷ୍ଠା ଏବଂ ଆନ୍ତରିକତା ସେବାରେ ସମର୍ପଣ ନୀତିରେ ସମସ୍ତଙ୍କର ପ୍ରିୟ ଭାଜନ ହୋଇ ଦୀର୍ଘ ଚବିଶ ବର୍ଷ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟର ସେବା କରିଥିଲେ । ଓଡ଼ିଶାବାସୀଙ୍କର ଗମନାଗମନ, ଶିକ୍ଷା ସ୍ୱାସ୍ଥ୍ୟ ସମସ୍ତ କ୍ଷେତ୍ରରେ ସମାଗ୍ରିକ ଭାବରେ ବିକାଶ ହୋଇ ପାରିଥିଲା । ନବୀନ ବାବୁଙ୍କ ସରକାର ସମୟରେ ଆଦିବାସୀ, ଦଳିତ, ଖଟିଖିଆ, ମେହେନତି ମଣିଷ ସମସ୍ତଙ୍କ ପାଖରେ ଏକ ଉତ୍ତର ଦାୟିତ୍ୱ ଭାବରେ ସରକାର ଛିଡ଼ା ହୋଇଥିଲା । ଆଜକୁ ଦେଢ଼ ବର୍ଷରୁ ଉର୍ଦ୍ଧ୍ୱ ହେବ ନିଜେ କହୁଥିବା ଲୋକଙ୍କ ସରକାର ଡ଼ବଲ ଇଞ୍ଜିନ୍ ସରକାର ପ୍ରହସନରେ ପରିଣତ ହୋଇଯାଇଛି । ସାରା ଓଡ଼ିଶାରେ ଆଜି ବିକାଶ ଠପ୍ ହୋଇଯାଇଛି । ନବୀନ ବାବୁ ବଳକା ରାଜ୍ୟରେ ପରିଣତ କରିଥିବା ଓଡ଼ିଶାକୁ ଆଜି ବି.ଜେ.ପି. ସରକାର ହଡ଼ପ କରିବା ପାଇଁ ଯେଉଁ ମସୁଧା କରୁଛି ତାହା ଓଡ଼ିଶାବାସୀ ଜାଣି ସାରିଲେଣି । ଆଜିକାର ପ୍ରତିଷ୍ଠା ଦିବସ ପାଳନ ସଭାରେ ମଞ୍ଚାସୀନ ହୋଇଥିଲେ ସର୍ବଶ୍ରୀ ନରେନ୍ଦ୍ର ମୋହନ ରାଉତ, ବରିଷ୍ଠ ନେତା ବନମାଳୀ ବେହେରା, ଭୀମଚରଣ ନାୟକ, ନିରଞ୍ଜନ ପରିଡ଼ା, ଉଦଳା ବ୍ଲକ୍ ସଭାପତି ଗୋବିନ୍ଦ ଚନ୍ଦ୍ର ନାୟକ, କପ୍ତିପଦା ବ୍ଲକ୍ ସଭାପତି ପ୍ରଶାନ୍ତ ବେହେରା, ଗୋପବନ୍ଧୁ ନଗର ବ୍ଲକ ସଭାପତି ସତ୍ୟବାନ ଉପାଧ୍ୟାୟ, ଜିଲ୍ଲାପରିଷ ସଭ୍ୟ ମାକୁ ସିଂ, ସୁଶାନ୍ତି ସିଂ, ଲଳିତା ବିଶୋଇ, ଯୁବନେତା ବିଣାକାର ମହାପାତ୍ର, ଆଶିଷ୍ ଦାସ, ଶୈଳେଶ ବିଶ୍ୱାଳ, ଭବାନିଶଙ୍କର ମହାନ୍ତ ପ୍ରମୁଖ ଉପସ୍ଥିତ ହୋଇ ମିଥ୍ୟାବାଦୀ ଓଡ଼ିଶା ସରକାରକୁ ଗାଦି ଚ୍ୟୁତ କରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ପ୍ରକାଶ କରିଥିଲେ । ଆଜିର ସଭାକୁ ସରସ ସୁନ୍ଦର କରିବା ପାଇଁ ବରିଷ୍ଠ କର୍ମୀ ଶଶଧର ସ୍ୱାଇଁ, ପାଗାନ ମୁର୍ମୁ, ଜଗତ ସିଂ, ପ୍ରତାପ ବେହେରା, ସୁଶାନ୍ତ ବେହେରା, ସୁରେଶ ବିନ୍ଧାଣୀ, ଈଶ୍ୱର ସୋରେନ, ସୁନୀଲ କୁମାର ପ୍ରଧାନ ଏବଂ ବହୁ ନେତୃମଣ୍ଡଳୀମାନେ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ କର୍ମୀ ତଥା ଜୀବନବିନ୍ଦୁ ସଂଯୋଜକ ଅମୀୟ କୁମାର ବଳ ଉପସ୍ଥିତ ନେତୃମଣ୍ଡଳୀ ତତା ଉପସ୍ଥିତ ବିଜୁ ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *