ବାରିପଦା(କ:ବ୍ଯୁ)ତା ୧୬-୧୨-୨୦୨୫
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ରାଜ୍ୟର ବରିଷ୍ଠ ନାଗରିକ ବିଶେଷ କରି ଯେଉଁ ମାନେ ଆର୍ଥିକ ସ୍ଵଚ୍ଚଳତା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସମସ୍ୟା ହେତୁ ତୀର୍ଥ ଯାତ୍ରାରୁ ବଂଚିତ ହେଉଥିଲେ ସେମାନେ ବିଭିନ୍ନ ତୀର୍ଥ ସ୍ଥାନ ଦର୍ଶନ କରିବା ପାଇଁ ସୁଯୋଗ ପାଉଛନ୍ତି।
ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ୨୦୨୫-୨୬ ବର୍ଷ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାରୁ ୧୯୬ ଜଣ ବରିଷ୍ଠ ନାଗରିକ ଏହି ତୀର୍ଥ ଯାତ୍ରା ପାଇଁ ମନୋନୀତ ହୋଇଛନ୍ତି . ଏହି ମନୋନୀତ ବରିଷ୍ଠ ନାଗରିକ ମାନେ ଚଳିତ ବର୍ଷ ୦୬-୦୧-୨୦୨୬ ରୁ ୧୨-୦୧-୨୦୨୬ ପର୍ଯ୍ୟନ୍ତ ତୀର୍ଥ ଯାତ୍ରାରେ ରାମେଶ୍ୱରମ – ମଦୁରାଇ ଯିବାକୁ ଥିବାବେଳେ ଆସନ୍ତା ୦୬-୦୧-୨୦୨୬ ତାରିଖରେ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ତରଫରୁ ତାଙ୍କ ନିଜନିଜ ବ୍ଲକରୁ ମନୋନୀତ ହୋଇଥିବା ବରିଷ୍ଠ ନାଗରିକ ମାନଙ୍କୁ ଆଣି ସକାଳ ୮ଘଟିକା ସୁଦ୍ଧା ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ପହଞ୍ଚାଇବା ବ୍ୟବସ୍ଥା କରିବେ. ତାପରେ ସକାଳ ୯ ଘଟିକା ସମୟରେ ଡାକ୍ତରୀ ପରୀକ୍ଷା କରାଯିବ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଯାତ୍ରା କରିବା ପାଇଁ ଯେଉଁମାନେ ଶାରୀରିକ ଭାବେ ସୁସ୍ଥ ବିବେଚିତ ହେବେ ସେମାନଙ୍କୁ ତୀର୍ଥ ଯାତ୍ରା ପାଇଁ ଅନୁମତି ଦିଆଯିବ ଏବଂ ଅପରାହ୍ନ ୩ଘଟିକା ସମୟରେ ବାଲେଶ୍ୱର ଅଭିମୁଖେ ବସରେ ଯାତ୍ରା କରିବେ। ବାଲେଶ୍ୱର ଠାରେ ସେହିଦିନ ରାତ୍ରି ରହଣି ପରେ ତା’ପରଦିନ ତା ୦୭-୦୧-୨୦୨୬ ରିଖ ବାଲେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ରେଳ ଯୋଗେ ରମେଶ୍ୱରମ -ମଦୁରାଇ ଅଭିମୁଖେ ତୀର୍ଥ ଯାତ୍ରାରେ ବାହାରିବେ. ଯାତ୍ରା ସମୟ ରେ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ର କିଛି ଅଧିକାରୀ ମାନେ ମଧ୍ୟ୍ ସେମାନଙ୍କ ସହିତ ଯିବାର ବ୍ୟବସ୍ଥା ହୋଇଛି. ଉକ୍ତ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ଶେଷ ହେଲାପରେ ପୁଣି ସ୍ୱତନ୍ତ୍ର ଟ୍ରେନ ଯୋଗେ ବାଲେଶ୍ୱର ରେଳ ଷ୍ଟେସନକୁ ୧୨-୦୧-୨୦୨୬ ରିଖ ପ୍ରତ୍ୟାବର୍ତନ କରିବେ ଏବଂ ବାଲେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ବସ ଯୋଗେ ସେମାନଙ୍କୁ ପୁଣି ବାଲେଶ୍ୱରରୁ ବାରିପଦା ଅଣାଯିବ ଏବଂ ବାରିପଦା ପହଂଚିବା ପରେ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ତରଫରୁ କରାଯାଇଥିବା ବ୍ୟବସ୍ଥା ଅନୁସାରେ ସେମାନଙ୍କୁ ନିଜ ନିଜ ଘରକୁ ପହଞ୍ଚାଇବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀଣୀ ଶ୍ରୀମତୀ ସତ୍ୟଭାମା ବେହେରା ସୂଚନା ଦେଇଛନ୍ତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)