
ବାରିପଦା-ଉଦଳା(କ:ବ୍ଯୁ) ତା୧୩/୧୨/୨୫ ଉଦଳା କଚେରୀ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଦାଲତରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ପ୍ରଦୀପ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଉଦଳା ଓ ଏସଡିଜେଏମ୍ଙ୍କ କୋର୍ଟରେ ଆଗତ ୩୩୧ ଟି ମୋକଦ୍ଦମାରୁ ୩୨୧ ଗୋଟି ମୋକଦ୍ଦମା ଫଇସଲା ହୋଇ ୩ ଲକ୍ଷ ଚାଳିଶ ହଜାର ତିନି ଶହ ଷାଠିଏ ଟଙ୍କା ଆଦାୟ କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଉଦଳା କପ୍ତିପଦା ଷ୍ଟେଟ ବ୍ୟାଙ୍କର କର୍ତ୍ତୃପକ୍ଷ ଓ ଅନେକ ବ୍ୟାଙ୍କର କର୍ତ୍ତୃପକ୍ଷ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଉପଖଣ୍ଡ ଓ ଉଦଳା ଓକିଲ ସଂଘର କର୍ମକର୍ତ୍ତା, ବିଚାର ବିଭାଗୀୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)