


ରାୟଗଡା: (ତପନ କାଡ୍ରାକା) ରାୟଗଡା ଜିଲ୍ଲା କୋଲନରା ବ୍ଲକ୍ ଅର୍ନ୍ତଗତ ବଡ଼ ଖିଲାପଦର ଅଧିନସ୍ଥ ଆରିବି ଗ୍ରାମରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗ୍ରାମର ବୃଦ୍ଧ ପିତାମାତାଙ୍କୁ ଶୀତବସ୍ତ୍ର ବଣ୍ଟନ ଓ ଲୋକଙ୍କ ମଧ୍ୟରେ ହନୁମାନ ଚାଳିଶା ବଣ୍ଟନ କରାଯାଇଥିଲା। ସେବା ନିବୃତ୍ତ ଶିକ୍ଷକ ଓ ଦକ୍ଷିଣ ଭାଗ ରଥପ୍ରଭାରୀ ଜୟଦେବ ସିଠଙ୍କ ଆଗ୍ରହ ଆଦର ଉଦ୍ୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେବା ନିବୃତ୍ତ ଶିକ୍ଷକ ଶ୍ରୀ ଆନନ୍ଦ ଚନ୍ଦ୍ର ପଣ୍ଡା ସଂପୂର୍ଣ୍ଣ ସହାୟତା ଯୋଗାଇ ସଫଳ କରାଇଥିଲେ। ଉପସ୍ଥିତ ଗ୍ରାମବାସୀଙ୍କୁ ତୁଳସୀ ଗଛ,ବେଲ ଓ ଅଁଳା ଗଛ ଲଗାଇ ପୂଜା କରିବା, ଗ୍ରାମ ଦେବୀଙ୍କ ପୂଜା କରିବା, ବାଡ଼ି ବଗିଚା ଓ ପରିବେଶରେ ଉପାଦେୟ ଗଛ ଲଗାଇବା, ପରିବେଶ ସୁରକ୍ଷା, ସ୍ବଚ୍ଛ ରଖିବା,ଅନ୍ଧ ବିଶ୍ବାସ ଠାରୁ ଦୂରରେ ରହିବା,ଗୋ ସୁରକ୍ଷା, ବର୍ଜ୍ୟ ପାନୀୟ ତ୍ୟାଗ କରାବା ସର୍ବୋପରି ରାଷ୍ଟ୍ରୀୟ କାର୍ଯ୍ୟରେ ନିୟୋଜିତ ହୋଇ ସମାଜ ସେବା କରିବା ତଥା ଭାରତକୁ ବୈକୁଣ୍ଠ କରିବା ପାଇଁ ପରାମର୍ଶ ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ ଆଗ୍ରହ ଓ ବିଦ୍ୟାଳୟ କମିଟି ସଭାପତିଙ୍କ ଅନୁରୋଧ ଓ ପ୍ରଧାନ ଶିକ୍ଷକ ଶ୍ରୀ ନାରାୟଣ ଚିନ୍ତାଡାଙ୍କ ଅନୁମତି କ୍ରମେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପାଠ୍ୟ ଉପକରଣ ଓ ଶୁଖା ଜଳପାନ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ଦ୍ବୟ ସହାୟତା ପ୍ରଦାନ କରିଥିଲେ। ଗ୍ରାମବାସୀଙ୍କ ସହଯୋଗ ଓ ଆଗ୍ରହରେ ସବୁ କାର୍ଯ୍ୟକ୍ରମ ସଫଳ ହୋଇଥଲା।