ନୟାଗଡ : ନୟାଗଡ ଜ଼ିଲ୍ଲା ରେ ସମଲିଙ୍ଗୀ ଭଲପାଇବା ଦେଖିବାକୁ ମିଳିଛି। ସାଥି ଖୋଜୁଛି ସାଥୀକୁ। ଯାହାର ନିଛକ ଉଦାହରଣ ଓଡଗାଁ ଥାନା ଅଂଚଳ ରେ ଦେଖିବାକୁ ମିଳିଛି। ଓଡଗାଁ ଥାନା ଅଂଚଳ ରାଜଲଷ୍ମୀ ସାହୁ ମହାରାଷ୍ଟ୍ର ରାଜ୍ୟରେ କମ୍ପାନୀରେ କାମ କରୁଥିଲେ। ତାଙ୍କର ଗଞ୍ଜାମ ଜ଼ିଲ୍ଲା ଅଂଚଳ ର ଏକ ନାବାଳିକା ଓ ତାଙ୍କ ପରିବାର ସହିତ ଦେଖା ହୋଇଥିଲା। ଉଭୟ ଝିଅ ହୋଇଥିଲେ ମଧ୍ୟ ୨ ଜଣ ଙ୍କ ମଧ୍ୟରେ ଭାଲ ପାଇବା ଗଢିଉଠିଥିଲା। ୨ ଝିଅ ଓଡିଶା ଫେରି ଆସି ଓଡଗାଁ ର ଏକ ସ୍ନାସ୍କ ଦୋକାନ ରେ ରହି କାମ କରୁଥିଲେ। ୨ ଝିଅ ଗୋଟିଏ ସ୍ଥାନରେ ରହି ଥିଲେ। ନାବାଳିକା ପରିବାର ନାବାଳିକା କୁ ନେବାକୁ ଚେଷ୍ଟା କରିଥିଲେ। ଏନେଇ ଓଡଗାଁ ଥାନା ପରେ ଚାଇଲ୍ଡ ଲାଇନ ରେ ଉଭୟ ଙ୍କ ଭଲ ପାଇବା ପଂହଁଚି ଥିଲା। ଚାଇଲ୍ଡ ଲାଇନ ନାବାଳିକା କୁ ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତି ଙ୍କ ନିକଟରେ ହଜାର କରିଥିଲେ। ଶିଶୁ ମଙ୍ଗଳ ସମିତି ଙ୍କ ନିଷ୍ପତି ଅନୁସାରେ ନାବାଳିକା ତାଙ୍କ ମା ସାଙ୍ଗରେ ଘରକୁ ଯାଇଥିଲେ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ