ପୂର୍ବତନ ରାୟଗଡା ଜ଼ିଲ୍ଲାପାଳ ପାରୁଲ ପଟାୱାରୀଙ୍କୁ ଲାଗିଛି ଆଉ ଏକ ଶକ୍ତ ଝଟକା। ବାଜିଛି ହାଇକୋର୍ଟର ଦ୍ଵିତୀୟ ଛାଟ। କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ପୁନର୍ବାର ଚୌକିରେ ଅବସ୍ଥାପିତ ହେଲେ ସିଡ଼ବ୍ଲୁସି ଅଧ୍ୟକ୍ଷା ବିଦ୍ୟୁଲତା ହୁଇକା।ସତ୍ୟର ବିଜୟୀ ହୋଇଛି -ବିଦ୍ୟୁଲତା ହୁଇକା !

ରାୟଗଡ-ସୁରେନ୍ଦ୍ର ରଥ-ରାୟଗଡା ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ପାରୁଲ ପଟାୱାରୀ ତାଙ୍କ ୧୧ ମାସର ଶାସନକାଳରେ ନିଜର ଭୂଲ ଲୁଚାଇବା ପାଇଁ ଶ୍ରୀମତୀ ହୁଇକାଙ୍କୁ ତାଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା। ସିଡବ୍ଲୁସି କମିଟି ଭାଙ୍ଗିବା ପାଇଁ ସରକାରଙ୍କୁ ସୁପାରିଶ କରିଥିଲେ। ତାଙ୍କ ସୁପାରିଶକୁ ଭିତ୍ତି କରି ସରକାର ଦ୍ବାରା କମିଟି ଭଙ୍ଗ କରାଯାଇଥିଲା। ଏହି ନିଷ୍ପତ୍ତି ବିରୋଧରେ ଅଧ୍ୟକ୍ଷା ହୁଇକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଡବ୍ଲ୍ୟୁପିସି ମାମଲା ୧୪୭୫୬/୨୦୨୫ ଅନୁସାରେ ଆଡଭୋକେଟ ଜେନେରାଲ କାର୍ଯ୍ଯାଳୟ ପକ୍ଷରୁ ନିର୍ଦ୍ଦେଶ କ୍ରମେ ଶ୍ରୀମତୀ ହୁଇକାଙ୍କୁ ପୁଣି ଥରେ ତାଙ୍କ ପଦରେ ଅବସ୍ଥାପିତ କରିବାକୁ ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସେନେଇ ବିଭାଗ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷାଙ୍କୁ ଇମେଲ ମାଧ୍ୟମରେ କାର୍ଯ୍ୟରେ ଯୋଗ ଦେବାକୁ ଚିଠି ଦେଇଛନ୍ତି। ସରକାରଙ୍କ ଚିଠି ନମ୍ବର ୩୦୩୫୯ରେ ରାୟଗଡା ଜିଲ୍ଲାପାଳଙ୍କୁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୂର୍ବତନ ଜିଲ୍ଲାପାଳଙ୍କ ଏକପାଖିଆ ନିଷ୍ପତ୍ତି ବିରୋଧରେ ଏହାକୁ ହାଇକୋର୍ଟଙ୍କର ଦ୍ୱିତୀୟ କଡ଼ା ଛାଟ ବୋଲି କୁହାଯାଇପାରିବ। ଏହି ଚିଠିରେ ସ୍ପଷ୍ଟ କୁହାଯାଇଛି ଯେ ମାନ୍ୟବର ହାଇକୋର୍ଟଙ୍କ ଆଦେଶ ପାଳନ କ୍ରମେ ବିଦ୍ୟୁଲତା ହୁଇକାଙ୍କୁ ତାଙ୍କର କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସିଡବ୍ଲୁସି ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରିବାକୁ ଅନୁମତି ଦିଆଗଲା। ଏଠାରେ ସୂଚନା ଯୋଗ୍ୟ ଯେ ରାୟଗଡା ଜ଼ିଲ୍ଲା ଜେକେପୁର ଠାରେ ଗତ ବର୍ଷ ନଭେମ୍ବର ୧୧ ତାରିଖରେ ଜଣେ ଦମ୍ପତି ୨୦ ହଜାର ଟଙ୍କାରେ ଆନ୍ଧ୍ର ପ୍ରଦେଶର ମାନ୍ଯମ ଜିଲ୍ଲାରେ ଏକ ଦମ୍ପତ୍ତିକୁ ୯ଦିନର ଶୁଶୁ କନ୍ୟାକୁ ବିକ୍ରୀ କରାଯାଇଥିଲା । ଏନେଇ ଜିଲ୍ଲା ପ୍ରଶାସନ ହରଡ଼ ଘଣାରେ ପଡି ମିଛ ରିପୋର୍ଟ ଦେବା ପାଇଁ ବାରମ୍ବାର ଶିଶୁ ମଙ୍ଗଳ କମିଟିକୁ ବାଧ୍ୟ କରିଥିଲା ଜିଲ୍ଲା ପ୍ରଶାସନ । କିନ୍ତୁ କମିଟି ସଠିକ ରିପୋର୍ଟ ଅର୍ଥାତ ୨୦ ହଜାର ଟଙ୍କା ଶିଶୁ ବିକ୍ରୀ ହୋଇଛି ବୋଲି ରାଜ୍ୟ ସରକାରଙ୍କ ଠୁ ଆରମ୍ଭ କରି ରାୟଗଡା ବିଧାୟକଙ୍କୁ ମଧ୍ୟ ରିପୋର୍ଟ ପ୍ରଦାନ କରିଥିଲେ। ଯାହାର ଫଳ ସ୍ୱରୂପ ଶ୍ରୀମତୀ ହୁଇକାଙ୍କୁ ଜ଼ିଲ୍ଲାପାଳଙ୍କ ଆକ୍ରୋଶର ଶିକାର ହୋଇ ନିଜ ପଦ ହରେଇବାକୁ ପଡିଥିଲା। ଏହାର ସ୍ପଷ୍ଟୀକରଣରେ ଶ୍ରୀମତୀ ହୁଇକା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଶିଶୁ ଉଦ୍ଧାର ଶିଶୁ ମଙ୍ଗଳ କମିଟିର କାମ ନୁହେଁ। ଉଦ୍ଧାର ପରେ ସିଡବ୍ଲୁସି ଆଗରେ ହଜାର ପରେ ଥଇଥାନ କରିବା ଆମ କାମ ଅଟେ। ଆଜି ଅଧ୍ୟକ୍ଷା କହିଛନ୍ତି ସତ୍ଯର ଜୟ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମୁଁ କାର୍ଯ୍ୟରେ ଯୋଗ ଦେଇଛି।

Leave a Reply

Your email address will not be published. Required fields are marked *