ଇମ୍ଫା ଥେରୁବାଲି ଦ୍ୱାରା ନୂତନ ଆମ୍ବୁଲାନ୍ସ ସେବା ଲୋକାର୍ପିତ।

ରାୟଗଡା (ତପନ କାଡ୍ରାକା )ଇମ୍ଫା ର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକାରୀ ସଂସ୍ଥା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ୱାରା ଥେରୁବାଲି ଅଞ୍ଚଳବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଏକ ନୂତନ ଆମ୍ବୁଲାନ୍ସ ଲୋକାର୍ପିତ କରାଯିବା ସଂଗେ ସଂଗେ ସ୍ୱାସ୍ଥ୍ୟସେବା ଯୋଗାଣର ଶୁଭାରମ୍ଭ ହୋଇଛି। ଏହି ଲୋକାର୍ପଣ ସମାରୋହ ରେ ଥେରୁବାଲି ସରପଞ୍ଚ ସୁଶ୍ରୀ ମମତା ପୁଲକା, ଖେଦପଡା ସରପଞ୍ଚ ଶ୍ରୀମାନ ନରସିଂହ କିଲକା, ଡୁମୁରିଗୁଡା ସରପଞ୍ଚ ସୁଶ୍ରୀ ମାଣିକ ପିର୍ବାକା , କାର୍ତ୍ତୀକଗୁଡ଼ା ସରପଞ୍ଚ ସୁଶ୍ରୀ ରୀନା କାଡ୍ରାକା ,କେଲିଗୁଡା ସରପଞ୍ଚ ଶ୍ରୀମତୀ ସୁଶାନ୍ତି କୁତୃକା , କୋଲନରା ପଞ୍ଚାୟତ ସମିତିର ଉପାଧକ୍ଷ୍ୟ ଶ୍ରୀମାନ ହଳଧର ହିମିରିକା ଓ ସମିତି ସଭ୍ୟମାନଙ୍କ ଉପସ୍ଥତିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ରୀନା ପ୍ରଧାନ ରିବନ ଫିତା କାଟି ସବୁଜ ପତାକା ଦେଖାଇ ମାଗଣା ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଥିଲେ ଓ ଇମ୍ଫାର ଏଭଳି ଜନହିତକର ସେବାକାର୍ଯ୍ୟର ଭୁୟସୀ ପ୍ରଶଂସା କରିଥିଲେ। ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ର ଉପସଭାପତି ଶ୍ରୀମାନ ଧର୍ମେଶ ଗୋଏଲ ,ଇମ୍ଫା-ଥେରୁବାଲି ର ଉପସଭାପତି ଶ୍ରୀମାନ ଆଶୀଷ କୁମାର ରାୟ ,ସାଧାରଣ ପରିଚାଳକ(ଯାନ୍ତ୍ରିକ) ଶ୍ରୀମାନ ଏମ୍. ଶ୍ରୀନିଭାସ , ସାଧାରଣ ପରିଚାଳକ (ଯୋଗାଣ ଶୃଙ୍ଖଳା) ଶ୍ରୀମାନ ଅତନୁ ମିଶ୍ର , ଉପମୁଖ୍ୟ ପରିଚାଳକ (ମାନବ ସମ୍ବଳ ଓ ସାଧାରଣ ପ୍ରସାଶାନ) ଶ୍ରୀମାନ କ୍ଷୀତିଶ ଚନ୍ଦ୍ର ମହାପାତ୍ର ଓ ସମସ୍ତ ବିଭାଗର ମୁଖ୍ୟ , ଇମ୍ଫା ହସ୍ପିଟାଲ ର ମୁଖ୍ୟ ଡାକ୍ତର ଶ୍ରୀମତୀ ବାଗ୍ମୀ ପଣ୍ଡା , ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ର ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିବାବେଳେ ଲୋକ ସମ୍ପର୍କ ବିଭାଗର ସରକାରୀ ପରିଚାଳକ ଶ୍ରୀମାନ ଦୀପକ କୁମାର ଓଝା ଓ ସହାକର୍ମୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୨୦୧୮ ମସିହାରୁ ଏହି ମାଗଣା ଅମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୨୦୦୦ ରୁ ଉର୍ଦ୍ଧ ଜନ ସଂଖ୍ୟା ପାଇଁ ଉନ୍ନତ ସେବା ଯୋଗାଇବା ପାଇଁ ଆଉ ଏକ ନୂତନ ଅମ୍ବୁଲାନ୍ସ ସଂଲଗ୍ନ କରାଯାଇଛି। ଏହା ଦିବାରାତ୍ରୀ ମାଗଣା ଅମ୍ବୁଲାନ୍ସ ସେବା ନିରନ୍ତର ଭାବେ ଯୋଗାଇଥାଏ।। ଇମ୍ଫାର ଏଭଳି ଜନହିତକର କାର୍ଯ୍ୟକ୍ରମ କୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିବା ସହ ଇମ୍ଫା କର୍ତ୍ତୃପକ୍ଷ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ସେବା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ମାଗଣାରେ ଜରୁରୀକାଳୀନ ଅମ୍ବୁଲାନ୍ସ ସେବା ପାଇ ପାରିବେ ବୋଲି ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମାନ ପ୍ରଭାକର ପଣ୍ଡା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *