ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଫୁ….

ବାରିପଦା-ଉଦଳା(କ:ବ୍ଯୁ) ତା୦5/୧୨/୨୫ ଜିଲ୍ଲା ଶିକ୍ଷା ବ୍ୟବସ୍ଥାରେ ହେଉଥିବା ଅନିୟମିତତା କୁ ନେଇ ଉଠିଛି ପ୍ରଶ୍ନ । ଶିକ୍ଷା ବିଭାଗରେ ବିଭିନ୍ନ ଦୁର୍ନୀତି ନେଇ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ହାତବାନ୍ଧି ବସିଛନ୍ତି । ଯାହା ତମାମ ଜିଲ୍ଲା ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତାକୁ ନେଇ ଛିଡା ହୋଇଛି ବଡ ପ୍ରଶ୍ନ । ଶିକ୍ଷା ଅଧିକାରୀ ଙ୍କୁ ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ଜିଲ୍ଲାପାଳଙ୍କ ଅର୍ଡରକୁ ବେଖାତିର କରୁଥିବାର ଜଣାଯାଇଛି।ସେଥିପାଇଁ ଅଧିକାରୀ ନା କରୁଛନ୍ତି ତଦନ୍ତ ନା ସମସ୍ତ ଦସ୍ତାବିଜ୍ ଥାଇ ନେଉଛନ୍ତି କାର୍ଯ୍ୟାନୁଷ୍ଠାନ। ସେଭଳି ଏକ ଘଟଣା ପୁଣି ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଶିକ୍ଷା ଜିଲ୍ଲା ଅଧିନ ପୋଡାଡିହା ସରକାରୀ ବାଳିକାଉଚ୍ଚବିଦ୍ୟାଳୟରେ। ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିବା ପରେ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ କୁନ୍ଥୁ କୁନ୍ଥୁ । ପୋଡାଡିହା ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ପଦରେ ଥିବା ନୃସିଂହ କୁମାର କଲିଆ ଏବଂ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ମହାପାତ୍ର ଜାଲିଆତି କରି ପିସିଏମ୍ ଏବଂ ସିବିଜେଡ ଶିକ୍ଷକ ନିଯୁକ୍ତି କରାଇ ସରକାରଙ୍କ ରାଜକୋଷରୁ ଆସୁଥିବା ଟଙ୍କା ହଡପ କରିଥିବା ନେଇ ବିଦ୍ୟାଳୟର ପୂର୍ବତନ ସମ୍ପାଦକ ଲକ୍ଷ୍ମୀକାନ୍ତ ବେହେରା ଅଭିଯୋଗ କରିଥିଲେ । ପୂର୍ବତନ ସମ୍ପାଦକ ଲକ୍ଷ୍ମୀକାନ୍ତ ବେହେରା ଗତ ଅଗଷ୍ଟ ୨୫ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଜାଲିଆତି ନିଯୁକ୍ତି ନେଇ ସମସ୍ତ ଦସ୍ତାବିଜ୍ ଦାଖଲ କରିବା ସହିତ ଅଭିଯୋଗ କରିଥିଲେ । ଯେଉଁଥିରେ ଜିଲ୍ଲାପାଳ ତୁରନ୍ତ ଏହି ଘଟଣାର ତଦନ୍ତ କରି ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପରେ କୌଣସି ତଦନ୍ତ ବା କାର୍ଯ୍ୟାନୁଷ୍ଠାନ ନ ହେବାରୁ ତତ୍ପରେ ପୁନଶ୍ଚ ସମାନ ଅଭିଯୋଗକୁ ନେଇ ସେପ୍ଟେମ୍ବର ୨୨ ତାରିଖରେ ପୁନଶ୍ଚ ଜିଲ୍ଲାପାଳଙ୍କ ନିକଟରେ ପୂର୍ବତନ ସମ୍ପାଦକ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ପାଇବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ଘଟଣାର ତଦନ୍ତ କରି ଜାଲିଆତି କରିଥିବା ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଦୁଇ ଦୁଇ ଥର ଜିଲ୍ଲାପାଳ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ଯ ଜିଲ୍ଲା ଶିକ୍ଷା ଅଧିକାରୀ ଏହାକୁ ଫୁ.. କରି ଉଡାଇ ଦେଇଛନ୍ତି । ନା କରୁଛନ୍ତି ତଦନ୍ତ ନା ନେଉଛନ୍ତି କାର୍ଯ୍ୟାନୁଷ୍ଠାନ । କେବଳ ଜିଲ୍ଲାପାଳଙ୍କ ନିକଟରୁ ଯାଇଥିବା ନିର୍ଦ୍ଦେଶ କପିକୁ ଫାଇଲ୍ ତଳେ ଚାପି ଦେଇ ଦୁର୍ନୀତିକୁ ପ୍ରଶ୍ରୟ ଦେଇ ବସିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଏପରିକି ଏହି ସଂକ୍ରାନ୍ତରେ ଖବର ପରିବେଷଣ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଲୋଡିଥିବା ବେଳେ ପ୍ରତିକ୍ରିୟାରେ ତୁରନ୍ତ ଏହାର ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଖୋଦ୍ ଜିଲ୍ଲା ଶିକ୍ଷା ଅଧିକାରୀ କହିଥିଲେ, ହେଲେ ତାହା ବି କରିନଥିବାର ଜଣାଜାଇଛି। ପୋଡାଡିହା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ଗଣିତ ଶିକ୍ଷକ ସମୀର କୁମାର ଘୋଷ ଏବଂ ବିଜ୍ଞାନ ଶିକ୍ଷୟିତ୍ରୀ ଦେବସ୍ମିତା ଦାସଙ୍କ ଜାଲିଆତି ନିଯୁକ୍ତି ନେଇ ସମସ୍ତ ଦସ୍ତାବିଜ୍ ଥିବା ସତ୍ତ୍ୱେ ସଂପୃକ୍ତ ଶିକ୍ଷକ ଏବଂ ନିଯୁକ୍ତି ଦେଇ ଜାଲିଆତି କରିଥିବା ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୁର୍ନୀତିଖୋର ମନୋଭାବକୁ ପଦାରେ ପକାଇଛି । ପ୍ରଶ୍ନ ଉଠେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ କଣ ଏମିତି ଜିଲ୍ଲା ଶିକ୍ଷା ଅଧିକାରୀ ବାଏଁ ବାଏଁ ଏଡାଇ ଦେଇପାରିବେକି? କଣ ପାଇଁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଏହାର ମଧ୍ୟ ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିପାରିବ ବୋଲି
ସାଧାରଣରେ ଚର୍ଚ୍ଚା ହେଉଅଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *