“ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଏବିସି ଆଇଡି ସଂପର୍କିତ କର୍ମଶାଳା ଅନୁଷ୍ଠିତ”

ବାରିପଦା(କ:ବ୍ଯୁ) ତା୦୪/୧୨/୨୫ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନଏଡି’ ସେଲ୍ ଦ୍ବାରା ‘ଏବିସି ଆଇଡିର ବ୍ୟବହାର ଓ ଉପଯୋଗୀତା’ ସଂପର୍କିତ ତିନିଦିନିଆ ଜାତୀୟ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷାଦ୍ୱାରା ପ୍ରାୟୋଜିତ ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମରୁ ଛାତ୍ରଛାତ୍ରୀମାନେ ଏକାଡେମିକ ବ୍ୟାଙ୍କ ଅଫ୍ କ୍ରେଡିଟ୍ ର ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରି ସେମାନଙ୍କ ସମସ୍ତ ସୂଚନା ସହ ଆବଶ୍ୟକ ସହାୟତାକୁ କିପରି ଉଚ୍ଚଶିକ୍ଷାରେ ବିନିଯୋଗ କରିପାରିବେ ସେ ସଂପର୍କରେ କହିଥିଲେ। ସେହିପରି ମୁଖ୍ୟଅତିଥି ଭାବରେ ଡିଜିଟାଲ ଇଣ୍ଡିଆ କର୍ପୋରେସନର ଆଞ୍ଚଳିକ ସଂଯୋଜକ ରବି ପାଣ୍ଡେ ଏହି ଆଇଡି ବ୍ୟବହାରର ଗୁଣବତ୍ତା ଓ ଡିଜିଟାଲ ସୁବିଧା ସୁଯୋଗ ସଂପର୍କରେ ତାଙ୍କର ବକ୍ତବ୍ୟ ରଖିଥିବାବେଳେ ସମ୍ମାନିତ ଅତିଥି ଭାବରେ ଡିଜିଟାଲ ଇଣ୍ଡିଆ କର୍ପୋରେସନର ଓଡ଼ିଶା ରାଜ୍ୟ ସଂଯୋଜକ ସୁଶ୍ରୀ ଲୋପାମୁଦ୍ରା ନାୟକ ଉଚ୍ଚଶିକ୍ଷାରେ ବିଶେଷକରି ଛାତ୍ରଛାତ୍ରୀମାନେ ନିଜର ଶିକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ସଂପର୍କରେ ଅବହିତ ହୋଇ ଉକ୍ତ ପ୍ଲାଟଫର୍ମରୁ ସମସ୍ତ ସୁବିଧା ସୁଯୋଗ ପାଇପାରିବେ ବୋଲି ସୂଚନା ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି
ଏବିସି ଆଇଡିର ବାସ୍ତବ ରୂପାୟନ ପାଇଁ ଆହ୍ୱାନ ଜଣାଇଥିଲେ। ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ କାର୍ଯ୍ୟକ୍ରମର ସଫଳତା ସଂପର୍କରେ ଅଭିମତ ରଖିଥିବା ବେଳେ ଏନ୍ଏଡି ସେଲ୍‌ର ନୋଡାଲ ଅଧିକାରୀ ଡକ୍ଟର ଜନ୍ମେଞ୍ଜୟ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଚାଳନା ସମ୍ପାଦକ ତଥା ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସୁବ୍ରତ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଆଲୋଚକମାନେ ଯୋଗଦାନ କରିବା ସହିତ ବିଶ୍ବବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟସହ ଅନୁବନ୍ଧିତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିବେ ବୋଲି ନୋଡାଲ ଅଧିକାରୀ ଡକ୍ଟର ନାୟକ ସୂଚନା ପ୍ରଦାନ କରିଛନ୍ତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *