ବାରିପଦା-ଉଦଳା(କ:ବ୍ଯୁ) ତା୦୫.୧୨.୨୦୨୫ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଅବକାରୀ ବିଭାଗ ଚଢାଉ କରି ଆଇ ଡି ମଦ୧୦୫୦ ଲିଟର ଓ ପୋଚ ୧୧୯୦୦ କିଲୋ ନଷ୍ଟ କରିଛନ୍ତି ।
ମୟୁରଭଞ୍ଜ ଜିଲ୍ଲା ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ପ୍ରଶାନ୍ତ କୁମାର କନହର ଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଉଦଳା ନୀରୀକ୍ଷକ ସଞ୍ଜୟ କୁମାର ତାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବ ଧାନ ରେ ଵେତନଟୀ,ଖୁଣ୍ଟା ଓ ବାରିପଦା ମୋବାଇଲ ଟିମ ଗଠନ କରାଯାଇ କପ୍ତିପଦା ବ୍ଲକ ରେ ଚଢାଉକରିଥିଲେ ।କପ୍ତିପଦା ଥାନା ଅନ୍ତର୍ଗତ ପେଟାଶାଳ ଏବଂ ମାଲଗୁଡି ଜଙ୍ଗଲିଆ ନାଳ ସ୍ଥାନରୁ ଚଢାଉ କରି ମୋଟ ୧୦୫୦ ଲିଟର ଆଇ.ଡି. ମଦ ଜବତ କରାଯାଇଛି ଓ ପୋଚ
୧୧୯୦୦ କିଲୋ ନଷ୍ଟ କରାଯାଇଛି
।ସୂର୍ଯ୍ୟକାନ୍ତ ମଲ୍ଲିକ ଉଦଳା ଓ ପ୍ରଦୀପ କୁମାର ବେହେରା ବେତନଟୀ ଓଆଇସି ଦ୍ବୟ ନେତୃତ୍ବ ନେଇଥିଲେ ।କୃଷ୍ଣ ଚନ୍ଦ୍ର ସେଠୀ ଖୁଣ୍ଟା ସହକାରୀ ଓଆଇସି ,ଜି କେ ରେଡି ସହକାରୀ ଓଆଇସି ଉଦଳା ଅବକାରୀ କନେଷ୍ଟଵଳ ଦିବ୍ୟାଙ୍ଗଶୁ
ପଣ୍ଡା ଅବକାରୀ କନେଷ୍ଟଵଳ ,ଦୀପିଞ୍ଜଳୀ ଦାସ ଅବକାରୀ କନେଷ୍ଟଵଳ ଏବଂ ବାରିପଦା ମୋବାଇଲ ମିଳିତ ଭାବେ ଚଢ଼ାଉ କାର୍ଯ୍ୟକ୍ରମ ରେ ସାମିଲ ଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)