ଜିଲ୍ଲାସ୍ତରୀୟ ପାୱାର ଲିଫ୍ଟିଙ୍ଗ ପ୍ରତିଯୋଗିତା ଉଦଘାଟିତ

କୋରାପୁଟ,୨।୧୨() ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ ୨୦୨୫ ପାଳନ ଉପଲକ୍ଷେ ସ୍ଥାନୀୟ ପୌରପାଳିକା ଜିମ ଠାରେ ଜିଲ୍ଲାସ୍ତରୀୟ ପାୱାର ଲିଫ୍ଟିଙ୍ଗ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି।ଏହା ଦୁଇ ଦିନ ଧରି ଚାଲିବ। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l ସମୁଦାୟ ୩୦ଜଣ ମହିଳା ଏବଂ ୮୦ଜଣ ପୁରୁଷ ଭାଗ ନେଇଥିବା ବେଳେ ସ୍କ୍ୱାଡ଼, ବେଞ୍ଚ ପ୍ରେସ, ଡେଡ ଲିପ୍ଟ,ଆୟୋଜନ ହୋଇଥିବା ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ପ୍ରକାଶ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, କୋରାପୁଟ ପୌର ପରିଷଦର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *