“ଉଦଳାରେ ସତ୍ୟସାଇ ବାବାଙ୍କର 100ତମ ଜନ୍ମଦିନ ପାଳିତ”

ବାରିପଦା-ଉଦଳା(କ:ବ୍ଯୁ)
ତା୨୩\୧୧\୨୫
ଉଦଳା ସାଇ ନିଳୟମ ଦ୍ୱାରା ଭଗବାନ ସତ୍ୟସାଇ ସମିତି ଦ୍ୱାରା ବାବାଙ୍କର 100 ତମ ଜନ୍ମ ଦିବସ ପାଳିତ ହୋଇଯାଇଛି l ପୂର୍ଵ ନିର୍ଧାରିତ କାର୍ଯ୍ୟ ସୂଚୀ ଅନୁଯାଇ ପ୍ରାତଃ 5 ଘଟିକା ସମୟରେ ଓଁ କାରମ, ସୁପ୍ରଭାତମ୍, ନଗର ସଂକୀର୍ତନ କରାଯାଇଥିଲା l ସକାଳ 7 ଘଟିକା ରେ ସଡ଼ଶ ଉପଚାର ପୂଜା ପରେ ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତଳୋନ କରାଯାଇଥିଲା l ଜନ୍ମଦିବସ ଅବସରରେ ଉଦଳା ଭରାତଜ୍ୟୋତି ସ୍ୱତନ୍ତ୍ର ବିଦ୍ୟାଳୟ, ଶ୍ରୀଜଗନ୍ନାଥ ନିକେତନ ରେ ଅନ୍ତେବାସୀ, ଉଦଳା ଡାକ୍ତରଖାନା ରେ ରୋଗୀମାନଙ୍କୁ ଓ ଉଦଳା ଉପକାରାଗାର ଅନ୍ତେବାସୀ ମାନଙ୍କୁ ରେ ମିଷ୍ଟାନ୍ନ ବଣ୍ଟନ କରାଯିଵା ସହିତ ଗୋଟିଏ ପରିବାରକୁ ଅମୃତ କଳସ ପ୍ରଦାନ କରାଯାଇଥିଲା l ଅପରାହ୍ନ 4ଘଟିକା ରେ 10ଟି ପ୍ରଦୀପ ପ୍ରଜ୍ବଳନ ପରେ ସମାଜ ର ମଙ୍ଗଳ ଉଦେଶ୍ୟରେ ଭକ୍ତମାନଙ୍କ ଦ୍ୱାରା ଭଜନ କରାଯାଇଥିଲା l ପରେ ବାଳବିକାଶ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସହ ସହ ଭକ୍ତ ମାନଂକୁ ସତ୍ୟସାଇ ସଂଗଠନ ଉପରେ ଜୟଚନ୍ଦ୍ର ବେହେରା ବକ୍ତବ୍ୟ ରଖିଥିଲେ l କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଆବାହକ ବିଜୟ କୁମାର ବେହେରା ତତ୍ୱାବଧାନ କରିଥିବା ବେଳେ ଭକ୍ତ ସୁବଳ କୁମାର ବେହେରା, ରୁନୁ ଗୋପାଲ ରାୟ, ରାଜେନ୍ଦ୍ର କୁମାର ବେହେରା, ଶତ୍ରୁଘ୍ନ ଲେଙ୍କା, ମାନସ କୁମାର ଆଚାର୍ଯ୍ୟ, ସ୍ମୃତିରେଖା ବେହେରା, ଜୟନ୍ତୀ ରାୟ, ମମତା ବେହେରା, ବୀଣାପାଣି ମୁଦୁଲି, ଡେଜି ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ l
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *