
ଉଦଳ/ବାରିପଦା/କପ୍ତିପଦା
୨୪/୧୧/୨୫(କ:ବ୍ଯୁ ) -ଉଦଳା ତାଲୁକ ଆଇନ ସହାୟତା କକ୍ଷ ଦ୍ୱାରା ରାଜ୍ୟ ଆଇନ୍ ସହାୟତା କକ୍ଷଙ୍କ ନିର୍ଦ୍ଦେଶରେ ଉଦଳା କଚେରୀ ପରିସର ମଧ୍ୟରେ ଉଦଳା ଉପଖଣ୍ଡର ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟରୁ ଆସିଥିବା ପିଲାମାନଙ୍କ ମଧ୍ୟରେ ତାଲୁକ ଆଇନ୍ ସହାୟତା କକ୍ଷର ଅଧ୍ୟକ୍ଷ ଓ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଉପଖଣ୍ଡସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ ଅନୁରାଗ ଦେହୁରୀଙ୍କ ସହାୟତାରେ ଦୁଇଟି ବିଭାଗର ମୋଟ ୫୭ ଜଣ ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ତାଲୁକ୍ ଆଇନ୍ ସହାୟତା କକ୍ଷ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ପ୍ରଥମ ବିଭାଗ ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ମଧ୍ୟରେ ୩୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ନେଇ ଦ୍ୱିତୀୟ ବିଭାଗରେ ମୋଟ ୨୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତାକୁ ସଫଳ କରିବା ସକାରେ ଉଦଳା କୋର୍ଟର କର୍ମଚାରୀ ରୁବି ଦଳେଇ, ସସ୍ମିତା ପାତ୍ର, ପ୍ରକାଶ ସିଂ, ରୂପସାଗର ସିଂ, ଶିବମ୍ ମାଝୀ, ତାଲୁକ୍ ଆଇନ୍ ସହାୟତା କକ୍ଷର କର୍ମଚାରୀ ସନତ୍ କୁମାର ସେଠୀ ଓ ଅନ୍ୟ କର୍ମଚାରୀ ନିଜର ଅକୁଣ୍ଠ ଚିତ୍ତ ସହାୟତା ପ୍ରଦାନ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)