“ଜିଲ୍ଲା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ”

ବାରିପଦା(କ:ବ୍ଯୁ) ତା ୦୭-୧୧-୨୦୨୫ : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆଜି ଦିବା ୧୧ ଘଟିକା ସମୟ ରେ ବାରିପଦାର ତକତପୁର ସ୍ଥିତ ଜିଲ୍ଲା କୃଷି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି. ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଶ୍ରୀମତୀ ସଙ୍ଘମିତ୍ରା ପଟ୍ଟନାୟକ ଓ ସାମାଜିକ ମଙ୍ଗଳ ଅଧିକାରିଣୀ ଅନ୍ନପୂର୍ଣ୍ଣା ବୁରୁଡ଼ା ଯୋଗ ଦେଇଥିଲେ.
ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜ୍ଞାନ ବଲ୍ଲଭ ଦାସ ସ୍ୱାଗତ ଭାଷଣ ଦେବା ସହ ମାଣ୍ଡିଆ ଦିବସ ପାଳନର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିବା ସହ ମାଣ୍ଡିଆର ପୌଷ୍ଟିକ ତତ୍ୱ ତଥା ଏହା ସ୍ୱାସ୍ଥ୍ୟ ପାଇଁ କେତେ ମାତ୍ରାରେ ହିତକର ସେ ବିଷୟରେ ପ୍ରତିପାଦନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ହାଁସଦା ମତବ୍ୟକ୍ତ କରିଥିଲେ କି ଦିନ ଥିଲା, ମାଣ୍ଡିଆ ଗରିବ ଲୋକଙ୍କ ଖାଦ୍ୟ ଥିଲା. ମାତ୍ର ବର୍ତମାନ ଏହା ସ୍ୱାସ୍ଥ୍ୟ ପାଇଁ ହିତକାରୀ ବୋଲି ଜଣା ଯିବା ପରେ ସମସ୍ତ ବର୍ଗର ଲୋକ ମାନଙ୍କ ପାଇଁ ଗ୍ରହଣୀୟ ଓ ଏହା ଏବେ ଶ୍ରୀ ଅନ୍ନ ଭାବେ ପରିଚିତ ହୋଇଯାଇଛି. ବିଶେଷ କରି ଏହା ଏକ ତନ୍ତୁ ଜାତୀୟ ଓ ଏଥିରେ ଯେଉଁ ଖଣିଜ ସାର ଭରପୁର ରହିଛି ତାହା ଶରୀର ପାଇଁ ବେଶ ଲାଭ ଦାୟକ ଏବଂ ଆମେ ସମସ୍ତେ ଏହାକୁ ଆମର ଦୈନନ୍ଦିନ ଖାଦ୍ୟରେ ନିଶ୍ଚିତ ଭାବେ ସଂଯୁକ୍ତ କରିବା ଉଚିତ.ମାଣ୍ଡିଆ ଚାଷ ପାଇଁ ପର୍ଯ୍ୟାପ୍ତ ଜଳର ଆବଶ୍ୟକତା ପଡ଼ୁ ନଥିବାରୁ ସାଧାରଣ ଭାବେ କେବଳ ବର୍ଷା ଜଳ ଜରିଆରେ ଏହା ଚାଷ କରାଯାଇପାରିବ. ତେଣୁ ଜଳବାୟୁ ପରିବର୍ତ୍ତନ ଏହି ଚାଷ ଉପରେ ବିଶେଷ କ୍ଷତି ପହଞ୍ଚାଇବ ନାହିଁ. ବର୍ତମାନ ସରକାରୀ ସ୍ତର ରେ ଏହି ଖାଦ୍ୟକୁ ପ୍ରତ୍ସାହନ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଲୋକମାନକୁ ପରଷିବା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି.ଅନ୍ୟାନ୍ୟ ମଂଚାସୀନ ଅତିଥି ବୃନ୍ଦ ମାଣ୍ଡିଆ ଜାତୀୟ ଶସ୍ୟର ସ୍ୱାସ୍ଥ୍ୟ ପ୍ରତି ଉପାଦେୟତା ବିଷୟରେ ଉଲ୍ଲେଖ କରିଥିଲେ।
ଏହି ଅବସରରେ ଶ୍ରେଷ୍ଠ ଚାଷୀ 3 ଜଣ, ସ୍ବୟଂ ସହାୟକ ଗୋଷ୍ଠୀ 3ଟି ଜଣେ ଉଦ୍ୟୋଗୀ ଙ୍କୁ ଓ ମାଣ୍ଡିଆ ମା ଶ୍ରୀମତୀ ସୁବାସା ମହାନ୍ତଙ୍କୁ “ଆଜୀବନ ସାଧନା ସମ୍ମାନ ” ରେ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।
ଶେଷରେ କୃଷି ଅଧିକାରୀ, ଶ୍ରୀ ରୌମ୍ୟ ରଞ୍ଜନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ.
ପରେ ପରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟ ପ୍ରଦର୍ଶନୀ ମଣ୍ଡପ କୁ ଉଦଘାଟନ କରିବା ସହ ଷ୍ଟଲ ଗୁଡିକ ବୁଲି ଦେଖି ଥିଲେ ଏବଂ ସମସ୍ତଙ୍କୁ ଉତ୍ସାହିତ କରିଥିଲେ.
ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ କୃଷି ଅଧିକାରୀ, ସ୍ୱୟଂସହାୟିକା ଗୋଷ୍ଠିର ସଦସ୍ୟା, ଛାତ୍ର ଛତ୍ରୀ, ଚାଷୀ ଓ ଗଣ ମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ରାଜାରାମ ସାହୁ, ଅଭିଷେକ ପଣ୍ଡା ,ତୁଷାର କାନ୍ତି ମହାନ୍ତି ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *