ଜାତୀୟ ଗୃହିଣୀ ଦିବସ 🌹 National Housewife Day: 3rd Nov.

ଘର ନାମେ ତୋର ନାମ ଲୋ ଘରଣୀ
ଗୃହରୁ ଗୃହିଣୀ ନାମ,
ତୋ’ ବିନା ସଂସାରେ ପରିବାର ଶବ୍ଦ
ଅର୍ଥହୀନରେ ଗଣନ ।

ଘର ଭଲ-ମନ୍ଦ ରୋଷେଇବାସ’ଠୁ
ପରିବେଷଣ ତୋ’ କର୍ମ,
ଶାଶୂ ଶ୍ବଶୁର’ଠୁ ପୁତ୍ର-କନ୍ଯାଯାଏ
ସେବା କର୍ତ୍ତବ୍ଯ ତୋ’ ଧର୍ମ ।

ସୃଷ୍ଟି ସର୍ଜନାର ଦେବୀ ପ୍ରତିମା ତୁ
ସ୍ବାମୀ ସୁହାଗିନୀ ଫୁଲ,
ସ୍ନେହ-ଶ୍ରଦ୍ଧା ତୋର ତନ୍ତର ମନ୍ତର
ହୃଦୟେ ଅତର ଠୁଳ ।

ସ୍ବାମୀ ରୋଜଗାରେ କାର୍ଯ୍ୟ ସମ୍ପାଦନେ
ଗୃହକର୍ତ୍ତାର ସମ୍ମାନ,
ପତ୍ନୀ ପରିବାରେ କାର୍ଯ୍ୟ ନିର୍ବାହଣେ
ଗୃହକର୍ତ୍ତ୍ରୀ ମାନାର୍ଜନ ।

ପବିତ୍ର ପ୍ରେମରେ ମମତା ଡୋରିରେ
ପରିବାରର ସଦସ୍ଯ,
ସଂସାର ସଂସ୍କାର ଆନନ୍ଦ ବିଭୋର
ଗୃହଲକ୍ଷ୍ମୀ ହିଁ ନମସ୍ୟ ।

ନଭେମ୍ବର ତିନି ତାରିଖ ପ୍ରଣତି
ଶୁଭ ଗୃହିଣୀ ଦିବସ,
ପତ୍ନୀ ମର୍ଯ୍ୟାଦାର ସୁଖ-ଶାନ୍ତି ଘର
ଭାଳେ ଶମ୍ଭୁନାଥ ଦାସ ।।

Leave a Reply

Your email address will not be published. Required fields are marked *