
ମୋ’ ଦେଶ ଭାରତ ଅଟଇ ମହାନ
ପ୍ରକୃତିର ଗନ୍ତାଘର,
ହିମାଳୟ ଠାରୁ କୁମାରିକା ଯାଏ
ଦୃଶ୍ୟପଟ୍ଟ ମନୋହର ।
ସାହିତ୍ୟ ସଂସ୍କୃତି ପରମ୍ପରା ସାଥେ
ଜାତୀୟ ସଂହତି ପ୍ରୀତ,
ବିଭିନ୍ନ ସଂସ୍କୃତି ସମାହାର ଦେଶେ
ବହେ ଜାତୀୟତା ସ୍ରୋତ ।
ଜାତି ଧର୍ମ ବର୍ଣ୍ଣ ଭାଷା ନିର୍ବିଶେଷେ
ଆମ ଦେଶ ଗଣତନ୍ତ୍ର,
ସଭିଙ୍କ କଣ୍ଠରେ ଭାରତ-ମାତା’ର
ଜୟ’କାର ଧ୍ଵନି-ମନ୍ତ୍ର ।
ଅକ୍ଟୋବର ଏକ- ତିରିଶ’ରେ ଶୁଭ
ରାଷ୍ଟ୍ରୀୟ ଐକ୍ଯ ଦିବସ,
ସର୍ଦ୍ଦାର ବଲ୍ଲଭ- ଭାଇ ପଟେଲଙ୍କ
ଜନ୍ମ-ଜୟନ୍ତୀ ହରଷ ।
ଲୌହ-ମାନବ’ଙ୍କୁ କୋଟିଏ ପ୍ରଣତି
ସହୃଦ ଶ୍ରଦ୍ଧା ସୁମନ,
ରାଷ୍ଟ୍ରୀୟ ଏକତା ଦିବସେ ଶୁଭେଚ୍ଛା
ସର୍ବେ ଭବନ୍ତୁ ସୁଖିନଃ ।