

ବାଲେଶ୍ୱର,: ବାଲେଶ୍ୱରରେ ବିଭିନ୍ନ ଗଣମାଧ୍ୟମରେ ତୃଣମୂଳ ସ୍ତରରେ ସାମ୍ବାଦିକତା କରି ଯେଉଁ ବୟସ୍କ ଓ କନିଷ୍ଠ ବ୍ୟକ୍ତିଗଣ ପରୋଲୋକ ଗମନ କରିଛନ୍ତି, ସେମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଓ ଆଗାମୀ ପିଢ଼ିକୁ ସୂଚାଇ ଦେବାନେଇ ଗଠିତ ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି, ବାଲେଶ୍ଵର ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ପ୍ରକୋଷ୍ଠ ଠାରେ ଶନିବାର ୨୭ତାରିଖ ପୂର୍ବାହ୍ନ ୧୧ଘଟିକା ସମୟରେ ସ୍ମୃତି କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ସଭାପତିତ୍ୱରେ ଦିବଂଗତ ସାମ୍ବାଦିକ ମିହିର କୁମାର ପାଣିଗ୍ରାହୀଙ୍କ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା ଅନୁଷ୍ଟିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ସ୍ବର୍ଗତ ପାଣିଗ୍ରାହୀଙ୍କ ସମ୍ବନ୍ଧରେ ଉଲ୍ଲେଖ କରିବା ସହିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଭୂମିକା ସର୍ବଦା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, କୌଣସି ଖବର କାଗଜ କିମ୍ବା ଟିଭି ଚ୍ୟାନେଲ ଛୋଟ ନୁହେଁ, ଏଠି କିଏ କହୁଛି କିଛି ଗୁରୁତ୍ୱ ରଖେ ନାହିଁ ହେଲେ କଣ କହୁଛି ଗୁରୁତ୍ୱ ରଖିଥାଏ ବୋଲି କହିଥିଲେ ଏଥିସହ ଏଭଳି ମହତ ଚିନ୍ତାଧାରା ପାଇଁ ସେ ସାଧୁବାଦ ଜ୍ଞାପନ କରିଥିଲେ l ସମ୍ମାନିତ ଅତିଥିଭାବେ ବାଲେଶ୍ୱର ପୌରପାଳିକାର ଅଧକ୍ଷା ସବିତା ସାହୁ ଯୋଗଦେଇ ସଂଗଠନ ର ଦୀର୍ଘାୟୁ କାମନା କରିଥିଲେ l ବୈଠକରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶତ୍ରୁଘ୍ନ ମଲ୍ଲିକ,କମିଟିର ଉପଦେଷ୍ଟା ଶ୍ରୀ ରବି ରାଉତ ,ଉପସଭାପତି ସନ୍ଦୀପ୍ତ ଦାସ, ବଂଶୀଧର ଦଳେଇ, ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ପାଣିଗ୍ରାହୀଙ୍କ ସ୍ମୃତି ଚାରଣ କରିଥିଲେ l ସ୍ମୃତି କମିଟିର ସମ୍ପାଦକ ଗଗନ ସେଠୀଙ୍କ ସମେତ ସଦସ୍ୟ, ଭଗବାନ ଦାସ,ଶିବ ଶଙ୍କର ଭୋଇ,ଧୀରଜ ଦାସ, ଅଜ଼ିମ ବାଲେଶ୍ୱରୀ, ପଦ୍ମଲୋଚନ ଦତ୍ତ, ସେଖ ନାଜ଼ୀମ, ପ୍ରଦୀପ ବେରା,ପୂର୍ଣଚନ୍ଦ୍ର ବେହେରା, ତପନ ଦାସ, ତ୍ରିଲୋଚନ ମହାନ୍ତିଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ରହି ଦିବଂଗତ ସାମ୍ବାଦିକ ମିହିର ପାଣିଗ୍ରାହୀଙ୍କ ସହ ବିତାଇ ଥିବା ମୁହୂର୍ତ୍ତକୁ ବଖାଣି ତାଙ୍କର ସ୍ମୃତି ଚାରଣ କରିଥିଲେ l ଏହି ଅବସରରେ l ୨ଜଣ ସାମ୍ବାଦିକ ଧୀରଜ କୁମାର ଦାସ ଓ ଆଜିମ ବାଲେଶ୍ୱରୀ ଙ୍କୁ ମିହିର ପାଣିଗ୍ରାହୀଙ୍କ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା l ସ୍ମୃତି ସଭାରେ ସ୍ବର୍ଗତ ପାଣିଗ୍ରାହୀଙ୍କ ପୁଅ ଦେବବ୍ରତ ପାଣିଗ୍ରାହୀ ଓ ନାତି ସତ୍ୟବ୍ରତ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ l ଶେଷରେ ସୁରେନ୍ଦ୍ର ମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l