ସଚେତନତା କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୟପୁର : ତା-20/09/25
କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ, ଜୟପୁରସ୍ଥିତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ଆଜି ବନ୍ଧୁଗାଁ ବ୍ଲକ, ଆଲମଣ୍ଡା ଠାରେ (ଜାତୀୟ ପୋଷଣ ମାସ ଏବଂ ମାଙ୍କ ନାମରେ ଗଛଟିଏ )ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ବକ୍ତାମାନେ, ସରକାରଙ୍କ ଦ୍ୱାରା ନିଆଯାଉଥିବା ଏ ସମ୍ପର୍କିତ ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ବିଷୟରେ ଆଲୋକପାତ କରିଥିଲେ. ଯେପରିକି ପୋଷଣ ଖାଦ୍ୟ ଗ୍ରହଣ ର ଗୁରୁତ୍ୱ ଓ ପରିବେଶ ପ୍ରତି ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା -ମାଆଙ୍କ ପ୍ରତି ସମ୍ମାନ ଜଣାଇ ତାଙ୍କରି ନାମରେ ଗଛଟିଏ ରୋପଣ କରି ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା. ଏହି ଅବସରରେ ସ୍ଥାନୀୟ ICDS, Supervisor ଶ୍ରୀମତୀ ତୁଳାବତୀ ମାଛ,UGB ବ୍ୟାଙ୍କ ର ଶାଖା ପ୍ରବନ୍ଧକ ଶ୍ରୀ ଲଷ୍ମୀ ନାରାୟଣ ଢ଼େଉର, MBK ସୁଶ୍ରୀ ଜ୍ୟୋତି ସେନାପତି, ଓ ବନପାଳ ଶ୍ରୀ ଜୟ ଶଙ୍କର ପଦକା ଯୋଗ ଦେଇଥିଲେ. ଏହା ଛଡା ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଆଞ୍ଚଳିକ କାର୍ଯ୍ୟାଳୟରୁ ଆସିଥିବା ନାଟକ ଦଳ ତରଫରୁ ମଧ୍ୟ ପଥ ପ୍ରାନ୍ତ ନାଟକ ଜରିଆରେ ସଚେତନ କରାଯାଇଥିଲା. ଏଥି ସଙ୍ଗେ ସଂଗେ ବିଷୟ ବସ୍ତୁ ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତାମାନ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବେଳେ ଗ୍ରାମବାସୀ ଙ୍କ ମଧ୍ୟରେ ରଙ୍ଗଲୀ ଓ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ କରି ବିଜୟୀ ଅଂଶଗ୍ରହଣକାରୀଙ୍କୁ ବିଭାଗ ପକ୍ଷ ରୁ ପୁରସ୍କୃତ କରାଜାଇଥିଲା.ସହକାରୀ ନିର୍ଦେଶକ ଜିତେନ୍ଦ୍ର କୁମାର ପ୍ରଧାନ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କ୍ଷେତ୍ର ପ୍ରଚାର ଅଧିକାରୀ ଶ୍ରୀ ଜ୍ୟୋତି ରଞ୍ଜନ ପଟନାୟକ ସଭା କାର୍ଯ୍ୟ ପରିଚାଳନା କରିଥିଲେ.

Leave a Reply

Your email address will not be published. Required fields are marked *