



କେସିଙ୍ଗା ତା 18.09.25
ବେଶନ ଓ ଫେସନ୍ ରୁ ମୁକ୍ତ ରହିବା ସହ ସାମାଜିକ କାର୍ଯ୍ୟକ୍ରମ କରିବା ଥିଲା ମହାରାଜ ଅଗ୍ରସେନ ଙ୍କ ର ବାର୍ତ୍ତା ଓ ଏକ ଇଟ ଏକ ରୂପୟିଆ ର ମୂଳ ମନ୍ତ୍ର | ଏହି ସୁନ୍ଦର ଚିନ୍ତା ଧାରା ସହିତ ସବୁ କ୍ଷେତ୍ର ରେ ସମାଜ ରେ ବସ ବାସ କରୁଥିବା ଲୋକଙ୍କ ହିତ ପାଇଁ କାମ କରିବାର ଦିଗ ଦର୍ଶନ କୁ ଆଖି ଆଗରେ ରଖି ଏବେ ବି ଅଗ୍ରୱାଲ ସମାଜ କାର୍ଯ୍ୟ କରୁଅଛି ।
ମହାରାଜ ଆଗ୍ରସେନ୍ ଙ୍କ ର ୫୧୪୯ ତମ ଜୟନ୍ତୀ ଉପଲକ୍ଷେ ସାରା ଭାରତ ବର୍ଷ ରେ ଅଗ୍ରଶେନ ଜୟନ୍ତୀ ପାଳନ କରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ମଧ୍ୟ ଏହି ଜୟନ୍ତୀ ଧୁମ୍ ଧାମ୍ ର ସହିତ ପାଳନ କରାଯାଉଛି ।ଗତ ୯ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୨୨ ତାରିଖ ରେ ସମାପନ ହେବ ।ଏହି ଉତ୍ସବ ପରିପ୍ରେକ୍ଷୀରେ ରେ ଅଗ୍ରୱାଲ ସମାଜ ର ଲୋକ ମାନକ ମଧ୍ୟରେ ୪୬ ଟି ବିଭିନ୍ନ ପ୍ରତିଯୋଗିତା କରାଯିବା ନେଇ ସାମ୍ୱାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଥିଲା ।ପ୍ରତିଯୋଗିତା ମାନଙ୍କ ରେ ଅଗ୍ରୱାଲ ସମାଜ ର ଶିଶୁ ଠୁ ଆରମ୍ଭ କରି ବୃଦ୍ଧ ଓ ମହିଳା ମାନେ ସମସ୍ତେ ଭାଗ ନେଇ ଥିଲେ | ପଡ଼ିଆ କ୍ରିକେଟ, ଫ୍ଯାମିଲି କ୍ରିକେଟ, ଗଲି କ୍ରିକେଟ, ସ୍ଲୋ ସାଇକେଲ ଓ ସ୍କୁଟି ରେସ ,ଲେଖନ ଓ ଅନ୍ତତାକଛରି ବିଭିନ୍ନ ପ୍ରକାର ର ପ୍ରତିଯୋଗୀତା ଚାଲିଛି | ଏହା ନାମକୁ ମାତ୍ର ଏକ ପ୍ରତିଯୋଗିତା ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଗ୍ରୱାଲ ସମାଜ ର ସମସ୍ତଙ୍କୁ ଗୋଟିଏ ଜାଗାରେ ଏକାଠି କରିବା ସହିତ ମହାରାଜ ଅଗ୍ରଶେନ୍ ଜିଉଁ ବାର୍ତ୍ତା ଥିଲା ବେସନ ଓ ଫେଶନ୍ ରୁ ଦୂରରେ ରହିବା ତାହା ଉପରେ ସମସ୍ତ ଅଗ୍ରାବନ୍ଧୁ ମାନଙ୍କୁ ବୁଝାଇବା ହେଉଛି ଏହି ପ୍ରତିଯୋଗିତା ର ମୂଳ ଲକ୍ଷ୍ୟ ବୋଲି ମତ ବ୍ୟକ୍ତ କରିଥିଲେ ଅଗ୍ରୱାଲ କମିଟି ର ବରିଷ୍ଠ ଉପଦେଷ୍ଟା ରାମ କୁମାର ଜୈନ ।
ଆସନ୍ତା ୨୨ ତାରିଖ ଦିନ ଏହି ଜୟନ୍ତୀ ର ଶେଷ ଦିନ ହେବାକୁ ଥିବା ବେଳେ ,ଶେଷ ଦିନର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ସାଗର ଚରଣ ଦାସ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ର ରାଜ୍ୟ ସଭାପତି ଶ୍ରୀମତୀ ଅରୁଣା ଅଗ୍ରୱାଲ ଓ ମୁଖ୍ୟବକ୍ତା ଭାବେ ମାରୱାଡ଼ି ଯୁବା ମଞ୍ଚ ଜାତୀୟ କନଭେନର ଶ୍ରୀମତୀ ଅନୁରାଧା ଅଗ୍ରୱାଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଅଗ୍ରୱାଲ ସଭା ର ଅଧକ୍ଷ ପ୍ରବୀଣ ଅଗ୍ରୱାଲ ,ମହାସଚିବ ରୋହିତ ଅଗ୍ରୱାଲ ,ବରିଷ୍ଠ ଉପଦେଷ୍ଟା ରାମ କୁମାର ଜୈନ ଙ୍କ ସହିତ ଅନ୍ୟ ଅଗ୍ରବନ୍ଧୁ ମାନେ ଉପସ୍ଥିତ ଥିଲେ ।
କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ