
ବାରିପଳା-ଉଦଳା(କ:ବ୍ଯୁ)
୧୭/୯– ପରିବେଶ ସୁରକ୍ଷା ତଥା ଆଗାମୀ ପିଢ଼ୀଙ୍କ ପାଇଁ ଏକ ସୁସ୍ଥ ଏବଂ ଶୁଦ୍ଧ ବାତାବରଣ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ “ଏକ୍ ପେଡ୍ ମା’ କି ନାମ୍” କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ତରଫରୁ ଆଜି ସାରା ରାଜ୍ୟରେ ୭୫ ଲକ୍ଷ ଚାରା ରୋପଣ କରାଯିବାକୁ ଥିବା ପରିପ୍ରେକ୍ଷୀରେ ଉଦଳା ବ୍ଲକ୍ ଆନୁକୂଲ୍ୟରେ ଭୁରୁଡୁବଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ “ଏକ୍ ପେଡ୍ ମା’ କି ନାମ୍” ( ମା’ ପାଇଁ ଗଛ ଟିଏ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ଉଦଳାର ମାନ୍ୟବର ବିଧାୟକ ଭାସ୍କର ମଢ଼େଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅନ୍ୟାନ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ଏନ୍.ଏ.ସି. ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବ୍ଲକ୍ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ପ୍ରକଳ୍ପ ପ୍ରଶାସକ ଆଇ.ଟି.ଡ଼ି.ଏ. ନରେନ୍ଦ୍ର ଖମାରୀ, ତହସିଲଦାର, ଉଦଳା ସୁପ୍ରଭା ଦାସ, ବ୍ଲକ୍ ଉପାଧ୍ୟକ୍ଷ ରଜନୀ ଦାସ, ଭୀମତାଳି ସରପଞ୍ଚ ବିଜୟା ମୁର୍ମୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ ପ୍ରଧାନ, ବି.ଇ.ଓ. ଉଦଳା ଦୀପକ ମିଶ୍ର, ଏ.ବି.ଇ.ଓ, ମିନତୀ ପଣ୍ଡା, ଭୁରୁଡୁବଣି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନାକ୍ଷୀ ପାଲ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ପରିବେଶ ସୁରକ୍ଷା ସଚେତନତା ରାଲିର ଆୟୋଜନ କରାଯାଇଥିଲା । ଉକ୍ତ ରାଲି ବିଦ୍ୟାଳୟ ନିକଟରେ ପହଞ୍ôଚବା ପରେ ଏକ ସଭାର ଆୟୋଜନ କରାଯାଇଥିଲା । ସମସ୍ତ ଅତିଥି ତାଙ୍କ ବକ୍ତବ୍ୟରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଆରୋପ କରିବା ସହିତ ଏଥିପାଇଁ ସମସ୍ତେ ଆନ୍ତରିକତାର ସହ କାର୍ଯ୍ୟ କଲେ ସରକାରଙ୍କ ଏହି ପ୍ରଚେଷ୍ଟା ସଫଳ ହେବ ବୋଲି ମତ ପ୍ରକାଶ କରିଥିଲେ । ତତ୍ପରେ ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥି ତଥା ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଉଦଳା ବ୍ଲକ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମରଜିତ୍ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବାବେଳେ ବ୍ଲକ୍ର ଏ.ବି.ଡ଼ି.ଓ ଶରତ ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତୀକ୍ଷା ପୁହାଣ, ସହକାରୀ ଯନ୍ତ୍ରୀ ଉଗ୍ରସେନ୍ ମଲ୍ଲିକ, କନିଷ୍ଠ ଯନ୍ତ୍ରୀ ମନୋଜ ନାୟକ, ଏ.ପି.ଓ. ଅରୁଣ ସାହୁ, ଡବ୍ଲ୍ୟୁ.ଇ.ଓ. ମନୋଜ ଶତପଥୀ, ଏମ୍.ଆଇ. ସୌମ୍ୟାଶ୍ରୀ ରାଉତ, ବି.ଏସ୍.ଏସ୍.ଓ ଭାଗ୍ୟଶ୍ରୀ ନାୟକ, ପି.ଇ.ଓ. ସୁବ୍ରତ ପ୍ରଧାନ, ଏ.ଡ଼ି.ଇ.ଓ ବିଶ୍ୱରଞ୍ଜନ ଦାଶ ଏବଂ ଅନ୍ୟାନ୍ୟ କର୍ମଚାରୀ ତଥା ଉଦଳା ବ୍ଲକ୍ ସି.ଆର.ସି.ସି. ଗୌର ବିନ୍ଧାଣୀ, ଲଳିତ ବେହେରା, ବୈଶାଖୀ ସାହୁ, ବହୁବନ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ, ସ୍ୱୟଂ ସାହାୟକ ଗୋଷ୍ଠୀ ଏବଂ ଭୁରୁଡୁବଣି ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)