“ମୟୂରଭଞ୍ଜ ଜିଲ୍ଲାର ଝିଅ ସନ୍ଧ୍ୟା ଟୁଡୁ ଭାରତୀୟ ରଗବି ଦଳରେ ଖେଳାଳୀ ଭାବେ ମନୋନୀତ”

ବାରିପଦା(କ:ବ୍ଯୁ) ତା ୧୨-୦୯-୨୦୨୫ ରିଖ

ଓଡିଶା ର ୪ଜଣ ଝିଅଙ୍କ ମଧ୍ୟରେ ଭିତରେ ମୟୂରଭଞ୍ଜ ଜିଲ୍ଲାର ଝିଅ ସନ୍ଧ୍ୟା ଟୁଡୁ ଏସିଆ ରଗବି ଏମିରାଟସ ମହିଳା ସେଭେନ ସିରିଜ ୨୦୨୫ ରେ ଖେଳିବା ପାଇଁ ଭାରତୀୟ ଦଳ ତରଫରୁ ମନୋନୀତ ହୋଇ ରାଜ୍ୟ ତଥା ଆମ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି.
ଏହି ଖେଳ ଚଳିତ ସେପ୍ଟେମ୍ବର ମାସ ୨୦ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଇନାର ହଁଗଜ଼ହୋଉ (hangzhou) ରେ ଅନୁଷ୍ଠିତ ହେବ। ସନ୍ଧ୍ୟା ଟୁଡୁ ବାରିପଦା ସ୍ଥିତ ଫିଉଚର ସ୍ପୋର୍ଟସ ଏକାଡେମୀ (future sports academy) ର ଛାତ୍ରୀ ଅଟନ୍ତି ଏବଂ ସେଠାରେ ରହି ପ୍ରଶିକ୍ଷଣ ନିଅନ୍ତି। ଏଥିପାଇଁ
ତା’ଙ୍କୁ ଜିଲ୍ଲାପାଳ, ଜିଲ୍ଲା କ୍ରୀଡା ଅଧିକାରୀ ଅଭିନନ୍ଦନ ଜଣାଇବା ସଂଗେ ସଂଗେ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇ ଛନ୍ତି।

ନିକଟ ଅତୀତରେ ଫିଉଚର ଷ୍ଟାର ଏକାଡେମୀ ( future star academy) ର ଛାତ୍ରୀ ମାନେ କୋଲକାତା ଠାରେ ହୋଇଥିବା ଇଣ୍ଟର କ୍ଲବ ରଗବି ଟୁର୍ଣ୍ଣlମେଣ୍ଟ (interclub rugby tournament) ରେ ଚାମ୍ପିୟନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *