ଗାଇସିଲେଟ ବ୍ଲକ ଆଦିବାସୀ ସମାଜ କଲେ ନୁଆଁଖାଇ ଭେଟ l

ପଦ୍ମପୁର :-ଆଦିବାସୀ ବହୁଲ ଅଞ୍ଚଳ ହେଉଛି ଗାଇସିଲେଟ ବ୍ଲକ ଅଟେ l ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଆନ୍ତର୍ଗତ ଆଦିବାସୀ ସମାଜର ନୁଆଁଖାଇ ଭେଟଘାଟ ହୋଇଯାଇଛି lଏହି ଉତ୍ସବରେ ଅଞ୍ଚଳ ତଥା ଜିଲ୍ଲାର କୋଣ ଅନୁକୋଣରୁ ଆଦିବାସୀ ଓ ସବୁ ବର୍ଗର ଲୋକ ଏହି ନୁଆଁଖାଇ ଭେଟ ଉତ୍ସବରେ ଯୋଗ ଦେଇଥିବାର ଅନୁମାନ ହୋଇଛି l ସୁସଜ୍ଜିତ ମଞ୍ଚରେ ଲୋକକଳା ପ୍ରଦର୍ଶନ କରିବା ଓ ପୁରୁଣା ରାଜ ବାଦ୍ୟ ସହିତ ଘୋଡାନାଚ ଲୋକଙ୍କ ମନ ମୋହିଥିଲା l ଏ ଉତ୍ସବର ମଞ୍ଚାସିନ ଅତିଥି ଭାବେ ନିଜ ଅଞ୍ଚଳର ପୁରୁଖା ମାନଙ୍କ ସହିତ ଶ୍ରୀ ଭୋଇଙ୍କୁ ଘେଁସ ଜମିଦାର ପରିବାରରୁ ଡକାଯାଇଥିଲା l ଆଡମ୍ବର ଉତ୍ସବରେ ପୁରୁଣା ରାଜା ମହାରାଜାଙ୍କ ନିଶ ପାରମ୍ପରିକ ରହିଥିବାର ଦେଖିବାକୁ ମିଳିଥିଲା ଅଂଚଳରୁ ଆସିଥିବା ମହିଳା ପୁରୁଷ, ଯୁବକ ଯୁବତୀ ଓ କୁନି କୁନି ଛୁଆଙ୍କ ଅସୁବିଧା ବୋଲି କିଛି ନ ଥିଲା l ମନୋରଞ୍ଜନ କରି ସାରିବା ପରେ ମଧ୍ୟାହ୍ନ ଭୋଜନ ଓ ଶେଷରେ ବିଦାୟ କାଳୀନ ପାରମ୍ପରିକ ଦଣ୍ଡା ନାଚ ଓ ଡାଲଖାଇ ନାଚ ମନ ମୁଗ୍ଧକର ହୋଇଥିଲା l ଉପଖଣ୍ଡ ପଦ୍ମପୁରରୁ ଫକୀର ଦୀପଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *