ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ

ଉମରକୋଟ-୦୯/୧୧/୨୫

Anchor_ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ବିଭାଗ ର ମନ୍ତ୍ରୀ ଉମରକୋଟ ଗସ୍ତ କରିଛନ୍ତି। ଗସ୍ତ କାର୍ଯ୍ୟ କ୍ରମ ରେ ଶ୍ରୀ ମନ୍ତ୍ରୀ ଶ୍ରୀ ଗଣ୍ଡ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି। ମନ୍ତ୍ରୀ ଙ୍କ କହିବା ନୁ ଯାଇ, ଆମ ଅଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ସବୁ ଗ୍ରାମାଞ୍ଚଳର ପିଲା ଘରେ ରହିବା ଦ୍ୱାରା ପାଠ ପଢିବା ପାଇଁ ଅଗ୍ରହ ନ ନେଇ ଖେଳ କୂଦ ସହ ଜମିବାଡ଼ି କାମରେ ଲାଗିବା ଦେଖି ବାକୁ ମିଳିଛି। ଏଣୁ ଏହି ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ର ଗୁଣାତ୍ମକ ମାନ ପାଇଁ ପ୍ରତ୍ୟେକ ପଞ୍ଚାୟତ ମାନଙ୍କ ରେ ଥିବା ବିଦ୍ୟାଳୟ ଗୁଡ଼ିକରେ ହଷ୍ଟେଲ ସୁବିଧା କରାହେବ। ଯ ଦ୍ୱାରା ଆଉ ପିଲାମାନେ ଘରେ ନ ରହି ହଷ୍ଟେଲ ରହି ପାଠ ପଢ଼ିବା ଦ୍ୱାରା ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରି ପାରିବେ।ଏହି ଗ୍ରସ୍ତ ସମୟରେ ପ୍ରଥମେ ମୁର୍ତ୍ତୁମା ସରକାରୀ ବିଦ୍ୟାଳୟ ଗସ୍ତ କରି ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ତରଫରୁ ବିଶିଷ୍ଟ ଆବାସିକ ହଷ୍ଟେଲ ଗୃହ , ପରେ ପରେ କେଶରୀ ବେଡା ଆବାସିକ ବିଦ୍ୟାଳୟ ଠାରେ ଓ କୋପେନା UGMES ବିଦ୍ୟାଳୟ ଠାରେ ୨ କୋଟି ବ୍ୟୟ ଅଟକଳ ରେ ପଚାଶ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଗୃହ ର ଶିଳା ନ୍ୟାସ କରିଥିଲେ ଓ଼ ସିଙ୍ଗିସାରୀ ଆବାସିକ ବିଦ୍ୟାଳୟ ର ଚାଳିଶ ଶଯ୍ୟା ବିଶିଷ୍ଟ ବିଦ୍ୟାଳୟ ଆବାସିକ ଗୃହ ଉଦଘାଟନ କରିଥିଲେ। ମନ୍ତ୍ରୀ ସମସ୍ତ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ ମାନଙ୍କୁ ଆଦର୍ଶ ଶିକ୍ଷା, ସ୍କୁଲ ର ସଫେଇ, ପିଲାଙ୍କ ଉପସ୍ଥାନ, ଆଉ ପିଲାଙ୍କ ଯତ୍ନ ଓ଼ ପିଲାଙ୍କ ଗୁଣାତ୍ମକ ମଧ୍ୟାନ ଭୋଜନ ପାଇଁ ଶିକ୍ଷକ ମାନଙ୍କୁ ଗୁରୁ ମନ୍ତ୍ରୀ ଦେଇଥିଲେ। ବର୍ତ୍ତମାନ ସମୟରେ ଜୁନିଅର ଶିକ୍ଷକ ମାନଙ୍କୁ ନିୟମିତ ପକ୍ରିୟା କେବେଳ ମୋ ସମୟରେ ସମ୍ଭବ ହେଇ ପାରିଛି ବୋଲି ନିଜ ପ୍ରତିକ୍ରିୟା ରଖିଥିଲେ। ସବୁ ସ୍କୂଲ କୁ ଆଗାମୀ ଦିନ ରେ ସ୍ଥାୟୀ ପଟ୍ଟା ଓ଼ ହଷ୍ଟେଲ ଘର ଯୋଗାଇ ଦେବାକୁ ଆମ ସରକାର ପ୍ରତି ଶ୍ରୁତି ବଧ ବୋଲି କହିଥିଲେ। ଆଜି ର ଏହି କାର୍ଯ୍ୟ କ୍ରମ ରେ ମନ୍ତ୍ରୀ ଙ୍କ ସମେତ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦନ ରାୟ,ବ୍ଲକ ସଭାପତି ସୁଶିଳା ମାଝୀ, ଭା ଜ ପା ର ବରିଷ୍ଠ ନେତା ରମେଶ ସାହୁ, ସଂସଦ ପ୍ରତିନିଧି ରାମ ନାୟକ, ମନ୍ତ୍ରୀ ପ୍ରତିନିଧି ଅଶୋକ ପାଢ଼ୀ ସମେତ ବହୁ ସ୍ଥାନୀୟ ବୁଦ୍ଧି ଯିବି ଓ଼ ଅଂଚଳ ର କାର୍ଯ୍ୟ କର୍ତା ଯୋଗ ଦେଇଥିଲେ।
ଉମରକୋଟ ରୁ
ସନ୍ତୋଷ ଦଳାଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *