ଶ୍ରୀ ଶ୍ରୀ ସାର୍ବଜନୀନ ଗଣେଶ ପୂଜା କମିଟି ପକ୍ଷରୁ ଗଣେଶ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଏବଂ ଉଲ୍ଲାହାସ ର ସହ ପାଳନ କରିବା କୁ ନେଇ ସମ୍ମାନ ସମାରୋହ ର ଆୟୋଜନ

ରାଜଗାଙ୍ଗପୁର/09 .09.2025 : – ଚଳିତ ବର୍ଷ, ରାଜଗାଙ୍ଗପୁର ସହରରେ ଶ୍ରୀ ଶ୍ରୀ ଗଣେଶ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବା କୁ ନେଇ ରାଜଗାଙ୍ଗପୁର ମେନ୍ ରୋଡ୍ ସ୍ଥିତ ମାରବାଡ଼ି ଧର୍ମଶାଳା ର ସଭାଗୃହ ରେ ସମ୍ମାନ ସମାରୋହ ର ଆୟୋଜନ କରାଯାଇଥିଲା। ଶ୍ରୀ ଶ୍ରୀ ସାର୍ବଜନୀନ ଗଣେଶ ପୂଜା କମିଟିର ସଭାପତି ରମେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଉକ୍ତ ସମ୍ମାନ ସମାରୋହ ର ଆୟୋଜିତ ହୋଇଥିଲା। ଏହି ଅବସର ରେ ରାଜଗାଙ୍ଗପୁର ଏସଡିପିଓ ବିଭୂତି ଭୂଷଣ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରେ ରାଜଗାଙ୍ଗପୁର ତହସିଲଦାର ଜଗବନ୍ଧୁ ମଲ୍ଲିକ, ସ୍ଥାନୀୟ ଥାନା ଅଧିକାରୀ ବିଜୟ କୁମାର ଦାସ, ଅଶୋକ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି ଅବସରରେ, ଶ୍ରୀ ଗଣେଶ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଏବଂ ସମନ୍ୱିତ ଭାବରେ ପାଳନ କରିବା ପାଇଁ ଶ୍ରୀ ଶ୍ରୀ ସାର୍ବଜନୀନ ଗଣେଶ ପୂଜା କମିଟି ତରଫ ରୁ ଶ୍ରେଷ୍ଠ ମୂର୍ତ୍ତିକାର, ଶ୍ରେଷ୍ଠ ସାଜସଜ୍ଜା, ଶ୍ରେଷ୍ଠ ବିସର୍ଜନ ଶୋଭାଯାତ୍ରା, ଶ୍ରେଷ୍ଠ ଶୃଙ୍ଖଳା କମିଟିକୁ ସମ୍ମାନିତ କରାଯାଇଥିଲା ଏବଂ ବିଶେଷ ସମାନ ପୁରସ୍କାର ଖରଗାଲିର ଶିବାହିନ୍ଦ କ୍ଲବକୁ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ମୂର୍ତ୍ତିକାର ପାଇଁ ପ୍ରଥମ ପୁରସ୍କାର ମା ସମଲେଶ୍ୱରୀ ଫ୍ରେଣ୍ଡସ୍ କ୍ଲବକୁ, ଦ୍ୱିତୀୟ ପୁରସ୍କାର ଶ୍ରୀ ଶ୍ରୀ ସାର୍ବଜନୀନ ପୂଜା କମିଟିକୁ, ତୃତୀୟ ପୁରସ୍କାର ଷ୍ଟାର ଲାଇଟ୍ କ୍ଲବକୁ, ଶ୍ରେଷ୍ଠ ସାଜସଜ୍ଜା ପାଇଁ ପ୍ରଥମ ପୁରସ୍କାର ଗଣପତି ନଗରୀକୁ, ଦ୍ୱିତୀୟ ପୁରସ୍କାର ଭାଇ ଭାଇ କ୍ଲବକୁ, ତୃତୀୟ ପୁରସ୍କାର ସ୍ମାର୍ଟ ୟଙ୍ଗ ଆସୋସିଏସନକୁ, ଶ୍ରେଷ୍ଠ ବିସର୍ଜନ ଶୋଭାଯାତ୍ରା ପାଇଁ ପ୍ରଥମ ପୁରସ୍କାର ଓମ୍ ଗଣେଶାୟ କମିଟିକୁ, ଦ୍ୱିତୀୟ ପୁରସ୍କାର ଫ୍ରେଣ୍ଡସ୍ କ୍ଲବକୁ, ତୃତୀୟ ପୁରସ୍କାର ସଙ୍ଗମ କ୍ଲବକୁ, ଶ୍ରେଷ୍ଠ ଶୃଙ୍ଖଳା ପାଇଁ ପ୍ରଥମ ପୁରସ୍କାର ମହାକାଳ ସେନାକୁ, ଦ୍ୱିତୀୟ ପୁରସ୍କାର ସାଗର କ୍ଲବକୁ, ତୃତୀୟ ପୁରସ୍କାର ଜୟ ଗଙ୍ଗା ମୈୟା କ୍ଲବକୁ ପ୍ରଦାନ କରାଯାଇଥିଲା ଓ ବିଶେଷ ଆକର୍ଷଣ ପୁରସ୍କାର ବାବା କି ନଗରୀ, ନନ୍ଦୀ ୟଙ୍ଗ, ଗଜାନନ୍ଦ କ୍ଲବ, ବଜରଙ୍ଗ କମିଟିକୁ ପ୍ରମୁଖ ଙ୍କୁ ପ୍ରଦାନ କରାଯାଇଥିଲା।

ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର,

Leave a Reply

Your email address will not be published. Required fields are marked *