
ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଂଚାୟତ କଣ୍ଟାସାରୁ ଗ୍ରାମକୁ ନିଶା ମୁକ୍ତ କରିବା ନେଇ ସୋମବାର ଗ୍ରାମବାସୀ ଅବକାରି କାର୍ଯ୍ୟାଳୟରେ ଦାବି ପତ୍ର ପ୍ରଦାନ କରିଛନ୍ତି | ଗ୍ରାମରେ ଦେଶୀ ରନ୍ଧା ମଦ ଗ୍ରାମରେ ବଢ଼ି ଚାଲିଥିବା ବେଳେ ଏଥିରେ ନିଶା ବଢିବା ପାଇଁ ବିଭିନ୍ନ ବିଷାକ୍ତ ଦ୍ରବ୍ୟ ଅପମିଶ୍ରିତ କରାଯାଉଛି | ଏହାକୁ ପିଇ ଲୋକମାନେ ଅସମାଜିକ କାର୍ଯ୍ୟାକଳାପ କରୁଛନ୍ତି | ଗଣ୍ଡଗୋଳ ବଢୁଛି | ଲୋକେ ଅପମିଶ୍ରିତ ମଦ ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି | ଏ ନେଇ ଗ୍ରାମରେ ବୈଠକ କରାଯାଇ ମଦ ରାନ୍ଧୁଥିବା ଲୋକଙ୍କୁ ମଦ ଣ ରାନ୍ଧିବା ଲାଗି କୁହାଯିବ ସ୍ୱତେ ସେମାନେ ଦେଶୀ ମଦ ରାନ୍ଧି ବ୍ୟାବସାୟ କରୁଛନ୍ତି | ତେଣୁ ଗ୍ରାମକୁ ନିଶା ମୁକ୍ତ କରିବା ଲାଗି ଦାବିପତ୍ରରେ ଜଣାଇଛନ୍ତି | ଦୈତାରୀ ହରିଜନ, ଦେବଘନ ହରିଜନ,ଗୋବର୍ଧନ ହରିଜନ,ଗୁଡ଼ୁ ହରିଜନ, ରାଜୁ ହରିଜନ,ଭଗୀରଥୀ ହରିଜନ, ନୀଳୟ ହରିଜନ ମାନଙ୍କୁ ବୁଝାଇ ମଦ ବନ୍ଦ କରିବା ଲାଗି ଅଭିଯୋଗ କରିଛନ୍ତି ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି |