ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଟଙ୍କା କାରବାର !

ପୁରୀ : ପୁରୀ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଟଙ୍କା କାରବାର !ମହାପ୍ରଭୁଙ୍କ ଦର୍ଶନ ନାଁରେ ଲୋକଙ୍କୁ ଭ୍ରମିତ କରୁଛି ଇଣ୍ଡିଆ ଥ୍ରିଲସ ୱେବସାଇଟ ।ୱେବସାଇଟ ରେ ଜଗନ୍ନାଥ ଦର୍ଶନ ନେଇ ଫେକ୍ ତଥ୍ୟ ।ଦର୍ଶନ ସମୟ ଅନୁସାରେ ଟଙ୍କା ନିର୍ଦ୍ଧାରିତ ନେଇ ୱେବ୍ ସାଇଟ୍ ରେ ତଥ୍ୟ ରହିଛି ।ଶ୍ରୀମନ୍ଦିରରେ ଦର୍ଶନ ନିଶୁଳ୍କ ରହିଥିବା ବେଳେ ୱେବସାଇଟ ରେ ରହିଛି ବିଭିନ୍ନ ବର୍ଗର ଦେୟ ଯୁକ୍ତ ଦର୍ଶନ ନେଇ ତଥ୍ୟ ।ଲୋକଙ୍କ ପାଇଁ ଗଳାବାଟ ଦର୍ଶନ କୁ ଇଣ୍ଡିଆ ଥ୍ରିଲସ୍ ତଥ୍ୟ ଆହୁରି ପ୍ରୋତ୍ସାହିତ କରିବା ଭଳି ।ଜଗନ୍ନାଥ ଦର୍ଶନ ପାଇଁ 50 ଟଙ୍କା,100 ଟଙ୍କା ,500 ଟଙ୍କା ର ରେଟ ଚାର୍ଟ ଦେଇଛି ଉକ୍ତ ୱେବସାଇଟ ।ଗୁଗଲ ରେ ଉପଲବ୍ଧ ଇଣ୍ଡିଆ ଥ୍ରିଲ୍ସ ୱେବସାଇଟ ରେ ଜଗନ୍ନାଥ ମନ୍ଦିର,ଏହାର ଇତିହାସ ଓ ଦର୍ଶନ କୁ ନେଇ ତଥ୍ୟ ରହିଛି ।ତେବେ ଶ୍ରୀମନ୍ଦିର କୁ ଦର୍ଶନ ସମ୍ପୂର୍ଣ୍ଣ ମାଗଣା ହୋଇଥିବା ବେଳେ ଉକ୍ତ ୱେବ୍ ସାଇଟ୍ ଭକ୍ତ ଙ୍କ ଭାବାବେଗ ସହ ଖେଳିଛି ଖେଳ ।ବାହାରୁ ଆସୁଥିବା ସାଧାରଣ ଭକ୍ତ ଉକ୍ତ ତଥ୍ୟ ଦେଖିଲେ ଭ୍ରମିତ ହେବା ସ୍ବାଭାବିକ ।ଉକ୍ତ ୱେବସାଇଟ ତଥ୍ୟ ଅନୁସାରେ ସକାଳ 7ଟା ରୁ ରାତି 12।ଅପରାହ୍ନ 4 ଟା ରୁ ରାତି 8 ମଧ୍ୟରେ ସ୍ଵତନ୍ତ୍ର ଦର୍ଶନ ନେଇ ତଥ୍ୟ ରହିଛି ।ଯାହାର ମୂଲ୍ୟ 50 ଟଙ୍କା ବୋଲି ଦର୍ଶାଯାଇଛି। ଶୀଘ୍ର ଦର୍ଶନ ପାଇଁ 100 ଟଙ୍କା,ଭି ଆଇ ଇ ପି ଦର୍ଶନ ପାଇଁ 500 ଟଙ୍କା,ରାତ୍ରି ଦର୍ଶନ ପାଇଁ 50 ଟଙ୍କା ଦର୍ଶାଯାଇଛି । ଶ୍ରୀମନ୍ଦିରରେ ନିଶୁଳ୍କ ସର୍ବସାଧାରଣ ଦର୍ଶନ ରହିଥିବା ବେଳେ

Leave a Reply

Your email address will not be published. Required fields are marked *