
ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ଝିଟୁକୁଗୁଡା ବୁଲାଣି ନିକଟରେ ଆଜି ସକାଳେ ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଉଭୟ କାର ମଧ୍ୟରେ ଥିବା ଲୋକ ଗୁରୁତର ଥିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପାପଡାହାଣ୍ଡି ମେଡ଼ିକାଲ ପଠାଇଥିଲେ ଓ ପରବର୍ତ୍ତୀ ସମୟରେ ଅଧିକ ଗୁରୁତର ହେବାରୁ ନବରଙ୍ଗପୁର ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି ।ସୂଚନା ପ୍ରକାରେ ମନରଞ୍ଜନ ବିଶ୍ୱାଳ ବ୍ୟକ୍ତି ସେମିଳିଗୁଡା ଠାରୁ କଳାହାଣ୍ଡି ଜୟପାଟଣା ଯାଉଥିବା ସମୟରେ ବିପରୀତ ଦିଗରୁ କଳାହାଣ୍ଡି ଆଡୁ ଆଉ କାରରେ ତିନି ଜଣ ନବରଙ୍ଗପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ୪ ଜଣ ଗୁରୁତର ହେବାରୁ ସ୍ଥାନୀୟ ଲୋକ ପାପଡାହାଣ୍ଡି ମେଡିକାଲ ପଠାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କୁ ନବରଙ୍ଗପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁଇ କାରକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଥାଉକି ଏହି ଘଟଣା ସ୍ଥାନରେ ଆଗରୁ ଅନେକ ଥର ଦୁର୍ଘଟଣା ଘଟିଛି ପ୍ରଶାସନ ଏହି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବି ହୋଇଛି ।