
ଲାଗ ତୁମେ କେବେ କବିତା କବିତା
କେବେ ଅବା ସତେ କାହାଣୀ
ଉପନ୍ୟାସଟିଏ ଲାଗ ଦେଲେ ଦେଖି
ତୁମର ତେରେଚ୍ଛା ଚାହାଣି।୦ା
ଗଲେ ଚାଲି ଅଣ୍ଟା ଦୋହଲାଇ ଦିଶ
ଝରୁଅଛ କିବା ଝରଣା
ହସିଦେଲେ ଯାଏ ଶୁଭି କାନ ପାଶେ
ବାଜୁଛି କି କଳଗାଉଣା
ରୁଷିଯାଅ ଯଦି ଯାଅ ଝରି ତୁମେ
ପାଲଟି ବାରିଦ ଭଉଣୀ
ଲାଗ କେବେ ତୁମେ କବିତା କବିତା
କେବେ ଅବା ସତେ କାହାଣୀ।୧ା
ହୁଅନାହିଁ ବୁଝି ରାଗ ଯେବେ ଲାଗ
ଗଣିତ ଠୁ ଭାରି କଠିନ
କେବେ ବି ସରଳ ସାହିତ୍ୟ ବହିଟେ
ସନ୍ଧି, ସମାସରେ ଗଠନ
ପଢିକି ତୁମକୁ ବୁଝୁ ବୁଝୁ ଯାଏ
ସରି ଜୀବନର ସରଣି
ଲାଗ କେବେ ତୁମେ କବିତା କବିତା
କେବେ ଅବା ସତେ କାହାଣୀ।୨ା
ଶ୍ରୀମତୀ ବସନ୍ତ ମିଶ୍ର
ସମ୍ପାଦିକା, "ଆମ ବ୍ୟଙ୍ଗ ପସରା"
ମଣିସାହି, ମାଧବନଗର,
ଭଦ୍ରକ - ୭୫୬୧୮୧
ଭ୍ରା: ଭା: - ୯୪୩୯୫୫୪୯୬୪