“ଉଦଳା ରେ କେନ୍ଦ୍ରିୟ ବିଦ୍ୟାଳୟ ଗୃହ  କାର୍ଯ୍ୟ ଅଚାନକ ବୁଲି ଦେଖିଲେ  ଜିଲ୍ଲାପାଳ”

ବାରିପଦା-ଉଦଳା ତା୨୮/୦୭/୨୦୨୫(କବ୍ଯୁ) ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ କେନ୍ଦ୍ରିୟ ବିଦ୍ୟାଳୟ ଅସ୍ଥାୟୀ ଶ୍ରେଣି ଗୃହ ,  ପାନୀୟ ଜଳ, ମୁଖଶାଳା ବିଶାଳ ଫାଟକ,ସୈଚାଳୟ ଆନୁସଙ୍ଗିକ କାର୍ଯ୍ୟ ହେଉଛି ।ଆଜି ଅଚାନକ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଟୁପାଲିନିୟମ , ଉପଜିଲ୍ଲାପାଳ ଶୁଶାନ୍ତ କୁମାର ବାରିକ ,ପି ଏ ଆଇ ଟି ଡି ଏ ନରେନ୍ଦ୍ର ଖମାରୀ ଙ୍କ ଉପସ୍ଥିତି ରେ ସମସ୍ତ କାର୍ଯ୍ୟ ବୁଲି ଦେଖିଥିଲେ ।ସମସ୍ତ କାର୍ଯ୍ୟ ଯୁଦ୍ଧ କାଳିଆ ଭାବେ ହେଉଥିବାରୁ ବିଧାୟକ ଭାସ୍କର ଚନ୍ଦ୍ର ମଡ଼େଇ ଙ୍କ ଦୃଢ଼ ପଦକ୍ଷେପ କୁ ପ୍ରଶଂସା  କରିଥିଲେ ।  ବିଧାୟକ ହାତ ପାଣ୍ଠି ରୁ ୮୦ ଲକ୍ଷ ଟଙ୍କା    ପ୍ରଦାନ କରି  କେନ୍ଦ୍ରିୟ ବିଦ୍ୟାଳୟ  ଚଳିତ ଶିକ୍ଷା ବର୍ଷ ରେ ଖୋଲିବାକୁ  ଉଦ୍ୟମ ଜାରି ରଖିଛନ୍ତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *