
ବାରିପଦା-ଉଦଳା(କ:ବ୍ଯୁ)
ତା. ୨୩/୦୭/୨୫- ୭୯,ତମ ସ୍ୱାଧୀନତା ଦିବସ କପ୍ତିପଦା ଉପଖଣ୍ଡସ୍ତରରେ ଉଦଳା ଠାରେ ପାଳନ କରାଯିବା ପରିପ୍ରେକ୍ଷୀରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଉଦଳା ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଉଦଳାର ମାନ୍ୟବର ବିଧାୟକ ଭାସ୍କର ମଢେଇ, ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ଉଦଳା ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ଉପନଗରପାଳ ଲିଲି ଭୋଳ, ବିଡିଓ ଉଦଳା ସମରଜିତ କର, ତହସିଲଦାର ଉଦଳା ସୁପ୍ରଭା ଦାସ, ତହସିଲଦାର ଗୋପବନ୍ଧୁନଗର ଓମ ପ୍ରକାଶ ମହାନ୍ତି, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଡେପୁଟି କଲେକ୍ଟର ପ୍ରତୀକ ପଣ୍ଡା,କାର୍ଯ୍ୟନିର୍ବାହୀ ଅଧିକାରୀ ଉଦଳା ଏନଏସି ପ୍ରିୟରଞ୍ଜନ ଜେନା, ସହକାରୀ ଜିଲ୍ଲାପାଳ ପ୍ରବୀଣ ମାଝୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସରକାରୀ ତଥା ବେସରକାରୀ ସଦସ୍ୟ, ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ମଞ୍ଚାସୀନ ଅତିଥି ସମେତ ଉପସ୍ଥିତ ସଦସ୍ୟ, ସଦସ୍ୟାଙ୍କୁ ସ୍ୱାଗତ କରିଥିଲେ । ତତପରେ ୭୯ ତମ ସ୍ୱାଧୀନତା ଦିବସ -୨୦୨୫ କୁ କିପରି ସୂଚାରୁ ରୂପେ ପାଳନ କରାଯିବ ସେ ଦିଗରେ ସୁଚିନ୍ତିତ ମତାମତ ଦେବାକୁ ଉପଜିଲ୍ଲାପାଳ ଉପସ୍ଥିତ ସଦସ୍ୟ/ସଦସ୍ୟାଙ୍କୁ ପରାମର୍ଶ ଦେଇଥିଲେ । ତଦନୁଯାୟୀ ରାମଧୂନ ପରିବେଷଣ, ପ୍ରଭାତ ଫେରୀ, ପରିଷ୍କାର ପରିଚ୍ଛନ୍ନ, ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ, ସାଜସଜ୍ଜା, ପ୍ୟାରେଡ ଅଭ୍ୟାସ ଓ ପ୍ରତିଯୋଗିତା ବିଭିନ୍ନ ପ୍ରାୟ ୫ ଗୋଟି ବିଭାଗରେ ପ୍ରତିଯୋଗିତା, ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର, ଉଚ୍ଚ ବିଦ୍ୟାଳୟସ୍ତରୀୟ ଉପଖଣ୍ଡ ମେଧାବୃତ୍ତି ସମ୍ମାନ, ସାଇସାଧନା ହାଇସ୍କୁଲ ଟପ୍ପର୍ସ ସମ୍ମାନ, ଯୁକ୍ତ ଦୁଇ ବିଜ୍ଞାନ ମେଧା ସମ୍ମାନ, ଉଦଳା ଡାକ୍ତରଖାନାରେ ଫଳ ଓ ବିସ୍କୁଟ ବଣ୍ଟନ, ଉଦଳା ସବଜେଲରେ ବିଚାରାଧୀନ ବନ୍ଦୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ, ରକ୍ତଦାନ ଶିବିର ତଥା ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ସ୍ୱାଧୀନତା ଦିବସରେ ପ୍ରତ୍ୟେକ ବ୍ଲକ ସ୍ତରରୁ ହାଇସ୍କୁଲ ଏବଂ ମହାବିଦ୍ୟାଳୟ ସ୍ତରରେ ପ୍ୟାରେଡ ପ୍ରତିଯୋଗୀ ପ୍ରେରଣ ପାଇଁ ଉପଜିଲ୍ଲାପାଳଙ୍କ ପ୍ରସ୍ତାବ କ୍ରମେ ଉପଖଣ୍ଡର ସମସ୍ତ ବି.ଇ.ଓ ଏଥିନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା ।
ସର୍ବଶେଷରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଉକ୍ତ ଦିବସକୁ ପାଳନ କରିବା ନିମନ୍ତେ ସମସ୍ତଙ୍କର ହାର୍ଦ୍ଦିକ ସହଯୋଗ କାମନା କରି ଧନ୍ୟବାଦ ଜ୍ଞାପନ କରିବା ପରେ ସଭାପତି ସଭାସାଙ୍ଗ ଘୋଷଣା କରିଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ଅଜିତ ମହାପାତ୍ର ଓ କରୁଣାକର ମହାନ୍ତ ସହଯୋଗ କରିଥିଲେ
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)