
ବାରିପଦା,ଶ୍ଯାମାଖୁଣ୍ଟା(କ:ବ୍ଯୁ)ତା୧୪\୦୭\୨୫ ସାନଶୋଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରାବାସ ଆଜି ଉଦ୍ ଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟିକା ସଂଜଳି ମୁର୍ମୁ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଭାରତୀ ହାଁସଦା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମୁନା ସେଠୀ, ବ୍ଲକ ଶିକ୍ଷା ଅଧିକାରୀ ଦିପ୍ତିମୟୀ ସିଂ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ମଧୁସୂଦନ ସିଂ, ବ୍ଲକ ଚେୟାରମ୍ୟାନ ଶ୍ରୀଯୁକ୍ତ ଚନ୍ଦ୍ରମୋହନ ସିଂ ତଥା ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ଆଚାର୍ଯ୍ୟଙ୍କ ଦ୍ୱାରା ଉଦ୍ ଘାଟନ ହୋଇଯାଇଛି । ପରିବେଶ ସୁରକ୍ଷା ସପ୍ତାହ ପାଳନ ଅବସରରେ ଛାତ୍ରାବାସ ପରିସର ମଧ୍ୟରେ ଅତିଥିମାନଙ୍କଦ୍ଵାରା ବୃକ୍ଷରୋପଣ କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଏହି ଉଦ୍ ଘାଟନୀ ଉତ୍ସବଟି ବହୁ ଆଡମ୍ବର ସହିତ ସମାପ୍ତ ହୋଇଥଲା। ପରିଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ ବିଭିନ୍ନ ଗଠନାତ୍ମକ ଉପଦେଶ ମାନ ପ୍ରଦାନ କରିଥିଲେ।ଏହି ଉତ୍ସବରେ ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ସଫଳ ହୋଇଛି ବୋଲି ଅଧ୍ୟକ୍ଷ ଅଭିମତ ରଖିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)