ବାରିପଦା(କ:ବ୍ଯୁ) ତା୨୦\୦୭\୨୫
ମୟୂରଭଞ୍ଜ ଜିଲ୍ଲାରେ ଚଳିତ ଖରିଫ ଋତୁ ୨୦୨୫-୨୬ ନିମନ୍ତେ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ତା ୧୯-୦୭-୨୦୨୫ ରିଖ ଠାରୁ ତା ୨୦-୦୮-୨୦୨୫ ରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏଥି ନିମନ୍ତେ ଜିଲ୍ଲାର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଚଳିତ ବର୍ଷ ଚାଷୀ ପଞ୍ଜିକରଣ ସମ୍ପୂର୍ଣ୍ଣ ନୂତନ ଭାବରେ କରାଯିବ ଏବଂ ପୂର୍ବ ବର୍ଷର ନବୀକରଣ କରାଯିବାର କୌଣସି ବ୍ୟବସ୍ଥା ନାହିଁ। ଏହି ପ୍ରକ୍ରିୟାରେ ଚାଷୀମାନଙ୍କର ଇ-କେୱାସି (e-kyc )ଓ ବ୍ୟାଙ୍କ ଖାତା ସହ ଆଧାର ସଂଯୋଗୀକରଣ ବାଧ୍ୟତାମୂଳକ ଅଟେ। ତେଣୁ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ନିଜ ନିଜର ପଞ୍ଜିକରଣ କରାଇ ନେବାପାଇଁ ଜିଲ୍ଲାର ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରାଯାଉଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)