ଧାନମଣ୍ଡଳ ବଜାର ଉଚ୍ଛେଦ ନକରିବା ପାଇଁ ବିଧାୟକ ଙ୍କ   ନିକଟରେ ଦାବୀ।

ଚଣ୍ଡିଖୋଲ ୧୨/୭(କ ବ୍ୟୂ) ଦେଶ ସ୍ବାଧୀନ ହେବା ବହୁ ପୂର୍ବରୁ ପୂର୍ବ ଉପକୂଳ ରେଳ ପଥ ଧାନମଣ୍ଡଳ ଠାରେ ସ୍ଥାନୀୟ ଲୋକମାନେ ଛୋଟ ଛୋଟ ବ୍ୟବସାୟ କରି ନିଜର ପରିବାର ପ୍ରତି ପୋଷଣ କରି ଆସୁଛନ୍ତି। ମାତ୍ର ଏବେ ସେମାନଙ୍କ ଜୀବନ ଜୀବିକା ଉପରେ କଳା ମେଘ ଘୋଟି ଆସିଛି। ମେଗା ପାନୀୟ ଜଳ ଯୋଗାଣ ପାଇପ୍ ଲାଇନ୍ ବିଛା ହେବା ପାଇଁ ଆବଶ୍ୟକୀୟ ସ୍ଥାନ ଅଧିଗ୍ରହଣ ପାଇଁ ଦର୍ପଣ ତହସିଲ ପକ୍ଷରୁ ଦୋକାନୀ ମାନଙ୍କୁ ଦୋକାନ ଘର ଉଚ୍ଛେଦ କରିବା ପାଇଁ ନୋଟିସ୍ ଜାରି ହୋଇଛି। ଫଳରେ ଦୋକାନୀ ମାନେ ସେମାନଙ୍କ ବ୍ୟବସାୟ କୁ ନେଇ ଭୟ ଓ ଆଶଙ୍କାରେ ଆଶଙ୍କିତ ଅବସ୍ତରେ ଅଛନ୍ତି। ଏ ସଂପର୍କରେ ଧାନମଣ୍ଡଳ ବାଜାର କମିଟିର ସଭାପତି ଦୀପକ୍ କୁମାର ମିଶ୍ର ଙ୍କ ନେତୃତ୍ଵରେ ବହୁ ବ୍ୟବସାୟୀ ବଡଚଣା ବିଧାୟକ ଅମର ନାୟକ ଙ୍କୁ ଭେଟ କରି ବ୍ୟବସାୟୀ ମାନଙ୍କୁ ଉଚ୍ଛେଦ ନକରି ଏହାର ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ। ବିଧାୟକ ଶ୍ରୀ ନାୟକ ତିନି ଦିନ ମଧ୍ୟରେ ବଜାର ସ୍ଥଳ ପରିଦର୍ଶନକରି ଦର୍ପଣ ତହସିଲଦାର୍ଙ୍କ ସହିତ ଆଲେଚନା କରି ସମସ୍ୟାର ସମାଧାନକରିବା ସହିତଏଠାରେ ବଜାର ନବୀକରଣ କରିବା ଓ ଅତ୍ୟାଧୁନିକ ଭେଣ୍ଡିଂ ଜୋନ ପ୍ରତିଷ୍ଟା କରିବା ସହିତ ବ୍ୟବସାୟୀ ମାନଙ୍କୁ ଥଇଥାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ବରିଷ୍ଟ ବ୍ୟବସାୟୀ କାହ୍ନୁ ଚରଣ ରାଉତ, ଭରତ ସାହୁ, ସୁବାସ ସାହୁ ଡମ୍ବରୁଧର ସାହୁ, ଭାସ୍କର ନାୟକ, ବସନ୍ତ କୁମାର ଦାସ ପ୍ରଶାନ୍ତ କୁମାର ସାହୁ, ନିତ୍ୟାନନ୍ଦ ଦାସ ପ୍ରସନ୍ନ କୁମାର ଦାଶ,ଅଜୟ କୁମାର ସାହୁ , ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *