ଜିଲ୍ଲା କଂଗ୍ରେସ କମିଟି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।


ବାଲେଶ୍ବର : ଆସନ୍ତା ଏଗାର ତାରିଖ ବିରୋଧୀ ଦଳ ର ନେତା ତଥା କଂଗ୍ରେସ ର ସରବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କ ଭୁବନେଶ୍ୱର ଗସ୍ତ କୁ ସଫଳ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଭକ୍ତ ଚରଣ ଦାଶ ଙ୍କ ନିର୍ଦେଶ ରେ ବାଲେଶ୍ବର ଜିଲ୍ଲା କଂଗ୍ରେସ ର ସଂଯୋଜକ ସଂଜୀବ ଗିରି ଙ୍କ ସଭାପତିତ୍ବରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ବାଲେଶ୍ବର ଜିଲ୍ଲା ର ସମସ୍ତ ବ୍ଲକ୍ ର ପୁର୍ବତନ ସଭାପତି ଙ୍କ ସମେତ ନିର୍ବାଚନ ମଣ୍ଡଳୀ ନେତୃତ୍ବ ଓ ବିଭିନ୍ନ କର୍ମକର୍ତ୍ତା ଯୋଗ ଦେଇ ବାଲେଶ୍ବର ଜିଲ୍ଲା ରୁ ଚାରି ହଜାର ରୁ ଅଧିକ କର୍ମୀ ଏହି ସମ୍ବିଧାନ ବଂଚାଅ ସମାବେଶ ରେ ଯୋଗ ଦେବାର ନିଷ୍ପତ୍ତି ନିଆଯାଇଛି। ଏହି ପ୍ରସ୍ତୁତି ବୈଠକ ରେ ପ୍ରଦେଶ କଂଗ୍ରେସ କମିଟି ର ଉପସଭାପତି ତଥା ବାଲେଶ୍ବର ଜିଲ୍ଲା କଂଗ୍ରେସ ପ୍ରଭାରୀ ପୁର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ପିସିସି ର ନିଷ୍ପତ୍ତି କୁ ଉଲ୍ଲେଖ କରିବା ସହିତ ରାହୁଲ ଗାନ୍ଧୀଙ୍କ ଙ୍କ ଭୁବନେଶ୍ଵର ଗସ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଉପସ୍ଥିତ କର୍ମୀ ଙ୍କୁ ଉତ୍ସାହିତ କରିଥିଲେ ଓ ଏହି ସମାବେଶରେ ଅଖିଳ ଭାରତୀୟ କଂଗ୍ରେସ କମିଟି ର ସଭାପତି ମଲ୍ଲିକା ଅର୍ଜୁନ ଗଡଗେ ଓ ସଂଗଠନ ସମ୍ପାଦକ କେସି ବେଣୁ ଗୋପାଳ ମଧ୍ୟ ଯୋଗ ଦେବେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ଏହି ବୈଠକରେ ପୁର୍ବତନ ବିଧାୟକ ଦେବୀ ପ୍ରଶନ୍ନ ଚଣ୍ଡ ସୁଦର୍ଶନ ଜେନା ଭୋଗରାଇ ନେତା ସତ୍ୟ ଶିବ ଦାସ ସଦର ଯୁବ ନେତା ସରୋଜ ଲେଙ୍କା ସୋର ନେତା ସୁବ୍ରତ ଧଡା ସିମୁଳିଆ ନେତା ହିମାଂଶୁ ବେହେରା ରାଜ୍ୟ ବ୍ୟବସାୟ କଂଗ୍ରେସ ସଭାପତି ଯୋଗେଶ ଅଗ୍ରୱାଲା ନାରି ନେତ୍ରୀ ଅର୍ଚ୍ଚନା ନନ୍ଦୀ ପଦ୍ମ ଲୋଚନ ଲେଙ୍କା ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ଜେନା ବାବାଜୀ ଦେହୁରୀ ପ୍ରମୁଖ ମଞ୍ଚାସୀନ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ସତ୍ୟ ସୁନ୍ଦର ଦାସ ମନୋରଞ୍ଜନ ପଣ୍ଡା ଗୋପୀନାଥ ପାଢ଼ୀ ତରୁଣ ଦାସ ରାଜୀବ ପରିଡା ଉପେନ୍ଦ୍ର ବେହେରା କହ୍ନେଇ ବେହେରା ଜୟନ୍ତ ମହାପାତ୍ର ନିରଞ୍ଜନ ବେହେରା ଅରୁଣ ଜେନା ରାମାୟଣ ଶତପଥୀ ଦେବଦତ୍ତ ଦାସ ବାସନ୍ତୀ ସାମଲ ଜ୍ୟୋସ୍ନା ସେନାପତି ଉର୍ମିଳା ମାଝୀ ହେମଲତା ଦାସ ବାସନ୍ତୀ ନାୟକ ସୁଷମା ନାୟକ ସେକ ଫରିଦ ଗିରିଜା ଶଙ୍କର ଦାସ ହେମନ୍ତ ଗିରି ଜଗଦୀଶ ନନ୍ଦୀ ଅଜଗର ଅଲି ଯୁବ ନେତା ରଞ୍ଜନ ଦାସ ସୁଦାମ ପାତ୍ର ଲକ୍ଷ୍ମୀ ଧର ବାରିକ୍ ଙ୍କ ସମେତ ଜୁବୁଲି ପଣ୍ଡା ହରିଶଙ୍କର ଜେନା କେଶବ ନାୟକ ଗୈାରୀ ଶଙ୍କର ଜେନା ଜଗନ୍ନାଥ ମହାପାତ୍ର ବିଦ୍ୟାଧର ମହାନ୍ତି ବହୁ କଂଗ୍ରେସ କର୍ମୀ ଓ ନେତୃତ୍ବ ଉପସ୍ଥିତ ଥିଲେ। ଶେଷରେ ସୁଧାଂଶୁ ଶେଖର ଜେନା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *