ବାରିପଦା(କ:ବ୍ଯୁ)ତା୧୭\୦୬\୨୫
ମୟୂରଭଞ୍ଜ ଜିଲ୍ଲାରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବିକାଶ ଏବଂ ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ ଏଯାବତ ସମୁଦାୟ ୧୬୭ ଗୋଟି ଆବାସିକ ବିଦ୍ୟାଳୟ ରହିଛି ତନ୍ମଧ୍ୟରୁ ୧୩ ଗୋଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ରହିଛି ଯେଉଁଠି ୨୦୨୪-୨୫ ବର୍ଷରେ ସମୁଦାୟ ୪୯୦୪୭ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହି ଜିଲ୍ଲାରେ ସମୁଦାୟ ୮୮୩ ସଂଖ୍ୟକ ହଷ୍ଟେଲ ରହିଛି ଯେଉଁଠି ମୋଟ ୭୬୪୫୨ ସଂଖ୍ୟକ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗର ଛାତ୍ର ଛାତ୍ରୀ ରହି ମାଗଣାରେ ପାଠ ପଢିବା ସହିତ ଅନ୍ୟାନ୍ୟ ମୌଳିକ ସୁବିଧା ପାଉ ଅଛନ୍ତି । ଗ୍ରହଣ କ୍ଷମତାକୁ ସୁଦୃଢ଼ କରିବା ପାଇଁ ସରକାର ୨୦୨୫-୨୬ ମଧ୍ୟରେ ୬୮ ଟି PSH (ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସ) ମଞ୍ଜୁର ହୋଇଛି। ଏତଦବ୍ୟତୀତ ସଂଖ୍ୟା ଲଘୁ ସମ୍ପ୍ରଦାୟ ପାଇଁ ସରକାର ୦୩ ଟି MPCC (ବହୁମୁଖୀ ସମ୍ପ୍ରଦାୟ କେନ୍ଦ୍ର) ଅନୁମୋଦିତ ହୋଇଛି ଯାହା ନିର୍ମାଣ ନିମନ୍ତେ ପ୍ରସ୍ତୁତି ଅବ୍ୟାହତ ରହିଛି । ଚଳିତ ବର୍ଷ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା- ୨୦୨୫ ରେ ୩୩୦୪ ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ୯୯.୫୭ ପ୍ରତିଶତ କୃତକାର୍ଯ୍ୟ ହେଇଛନ୍ତି । ଚଳିତ ବର୍ଷ ମୟୁରଭଞ୍ଜ ଜିଲ୍ଲାରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଦଶମ CBSE ପରୀକ୍ଷା- ୨୦୨୫ ରେ ୯୮.୨୪ ପ୍ରତିଶତ କୃତକାର୍ଯ୍ୟ ହେଇଛନ୍ତି । EMRS, ବହଳଦା ର ରାମଚନ୍ଦ୍ର ହାଂସ ଦା ୯୪.୮ ପ୍ରତିଶତ ନମ୍ବର ରଖି ଏହି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ମୟୁରଭଞ୍ଜ ଜିଲ୍ଲାରେ ସମୁଦାୟ ୬୨ ଜଣ ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି ତନ୍ମଧ୍ୟରୁ ୩୬ ଜଣଙ୍କୁ ମୋଟ ୪୬,୭,୫୦୦୦ ଟଙ୍କା ପ୍ରଦାନ କରାଯାଇଛି । ସାମାଜିକ ସମନ୍ୱୟ ଏବଂ ଅସ୍ପୃଶ୍ୟତା ଦୂରୀକରଣ ପାଇଁ ହିନ୍ଦୁ ସମ୍ପ୍ରଦାୟ ଏବଂ ଅନୁସୂଚିତ ଜାତି ମଧ୍ୟରେ ଆନ୍ତଃଜାତି ବିବାହ ପାଇଁ ପ୍ରତି ଆନ୍ତଃଜାତି ବିବାହିତ ଦମ୍ପତିଙ୍କ ପାଇଁ @ ୨,୫୦,୦୦୦/- ଟଙ୍କା ନଗଦ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ପ୍ରାକ -ମାଟ୍ରିକ୍ ଛାତ୍ରବୃତ୍ତି (Pre-MS) (କେନ୍ଦ୍ର ପ୍ରାୟୋଜିତ ଯୋଜନା)ଅଧୀନରେ ମୟୁରଭଞ୍ଜ ଜିଲ୍ଲାରେ ଏଯାବତ ସମୁଦାୟ ୧୫୪୯୫ ଜଣ ଛାତ୍ର ବୃତ୍ତି ପାଇଛନ୍ତି । ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି(Post- MS) (କେନ୍ଦ୍ର ପ୍ରାୟୋଜିତ ଯୋଜନା) ଅଧୀନରେ ମୟୁରଭଞ୍ଜ ଜିଲ୍ଲାରେ ଏଯାବତ ସମୁଦାୟ ୪୬୯୦୪ ଜଣ ଛାତ୍ର ବୃତ୍ତି ପାଇଛନ୍ତି । ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା (GSSY) ଅଧୀନରେ ମୟୁରଭଞ୍ଜ ଜିଲ୍ଲାରେ ଏଯାବତ ସମୁଦାୟ ୬୩ ଜଣ ଛାତ୍ର ବୃତ୍ତି ପାଇଛନ୍ତି । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ମୟୁରଭଞ୍ଜ ଜିଲ୍ଲାରେ ଏଯାବତ ସମୁଦାୟ ୫୧ ଜଣ ଛାତ୍ର ବୃତ୍ତି ପାଇଛନ୍ତି । ସହିଦ ମାଧ ସିଂ ହାତ ଖର୍ଚ୍ଚ ଯୋଜନା ଅଧୀନରେ ମୟୁରଭଞ୍ଜ ଜିଲ୍ଲାରେ ଏଯାବତ ସମୁଦାୟ ୨୫୮୬୬ ଜଣ ଛାତ୍ର ବୃତ୍ତି ପାଇଛନ୍ତି । ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ବିକାଶ ପାଇଁ ୧୧୨୮.୦୦ ଲକ୍ଷ ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ମୋଟ ୧୧ ଟି ବ୍ଲକ ଅନ୍ତର୍ଗତ ୩୨ଗୋଟି ଗ୍ରାମରେ ଏହି ଯୋଜନା କାର୍ଯ୍ୟକାରୀ ହେଉଅଛି । ST ଏବଂ SC ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ, 2015-16 ରୁ ANWESHA ଯୋଜନା କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ବିନା ମୂଲ୍ୟରେ ଜିଲ୍ଲାରେ ସହରାଞ୍ଚଳରେ ଥିବା ସର୍ବୋତ୍ତମ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ (୨୪ ଟି) CBSE/ICSE ପାଠ୍ୟକ୍ରମରେ ଆବାସିକ ସୁବିଧା ସହିତ ମୌଳିକ ସୁବିଧା ଯୋଗାଇଦେଇ ମୋଟ ୨୨୭୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି । ଭାରତ ସରକାରଙ୍କ ଦ୍ୱାରା ବିଭିନ୍ନ ଅନୁସୂଚିତ ଜାତିର ଉପାଦାନ ଯୋଜନା ଯେପରିକି ବ୍ୟାଙ୍କଯୋଗ୍ୟ ଆୟ ସୃଷ୍ଟିକାରୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଜାରି କରାଯାଇଛି । ଅର୍ଥାତ୍ କୃଷି, ଉଦ୍ୟାନ କୃଷି, ମତ୍ସ୍ୟପାଳନ, ଗ୍ରାମ ଏବଂ କ୍ଷୁଦ୍ର ଶିଳ୍ପ, ପଶୁପାଳନ ଇତ୍ୟାଦି ବ୍ୟାଙ୍କ ଦ୍ୱାରା ପ୍ରାୟୋଜିତ ଋଣ ଉପରେ ଅନୁସୂଚିତ ଜାତିର ହିତାଧିକାରୀମାନଙ୍କୁ ସବସିଡି ପ୍ରଦାନ କରାଯାଉଛି । ମୟୁରଭଞ୍ଜ ଜିଲ୍ଲାରେ ଚଳିତ ବର୍ଷ୧ଗୋଟି SC SHG କୁ 500000 ଟଙ୍କା ପ୍ରଦାନ କରାଯାଇଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)