ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ସାମଗ୍ରୀକ ଉପଲବ୍ଧି

ବାରିପଦା(କ:ବ୍ଯୁ) ତା୧୭ \୦୬\୨୫
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ଏହା ହେଉଛି ରାଜ୍ୟ ସରକାରଙ୍କର ଏକ ଅଭିନବ ଯୋଜନା, ଯେଉଁଥିରେ ଆଦିବାସୀ ମାନଙ୍କର ଆର୍ଥିକ, ସାମାଜିକ ବିକାଶ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାରେ ୪ ଗୋଟି ଆଇ.ଟି ଡ଼ି.ଏ, ଯଥା କପ୍ତିପଦା, କରଞ୍ଜିଆ, ରାଇରଙ୍ଗପୁର ଏବଂ ବାରିପଦା ମାଧ୍ୟମରେ ୨୬ ଗୋଟି ବ୍ଲକରେ ମୋଟ ୨୭୮ କ୍ଲଷ୍ଟର ଗଠନ କରାଯାଇଛି, ୪୧୬୬୬ ଗୋଟି ଆଦିବାସୀ ପରିବାରକୁ ଅନ୍ତଭୂକ୍ତ କରାଯାଇ ସେମାନଙ୍କର ଚିରସ୍ଥାଇ ଜୀବନ ଜୀବିକା ଓ ଆର୍ଥିକ ବିକାଶ ନିମନ୍ତେ ନିରନ୍ତର ଉଦ୍ୟମ ଜାରି ରହିଛି| ଏହି କାର୍ଯ୍ୟକ୍ରମ ଆନୁକୁଲ୍ୟରେ ୨୦୨୪-୨୫ ଆର୍ଥିକ ବର୍ଷରେ ଖରିଫ, ରବି ଏବଂ ଯାଏଦେ (ଗ୍ରୀଷ୍ମ) ଋତୁରେ ସମୁଦାୟ ୧୩୧୫୬.୫ ଏକର ଏବଂ ୩୨୩୧୧ ହିତାଧିକାରୀ ମାନଙ୍କୁ ଉନ୍ନତମାନର ବିହନ, ଜୈବିକ ସାର, ଅଣୁସାର ଏବଂ କୀଟନାଶକ ଆଦି ସାମଗ୍ରୀ ଯୋଗାଇ ଦିଆ ଯିବା ସହିତ ବୈଷୟକ ଜ୍ଞାନ କୌଶଳ ତାଲିମ ପ୍ରଦାନ କରାଯାଉଅଛି | ଜଳସେଚନର ସୁବିଧା ନିମନ୍ତେ ୨୮୪ ଟି ପାଣିପମ୍ପ ସେଟ ଯୋଗାଇ ଦିଆଯିବା ସହିତ ଚାଷୀ ମାନଙ୍କୁ ଆନୁସଙ୍ଗିକ କୃଷି ଯନ୍ତ୍ରପାତି ଯଥା ସିଂଚନ ଯନ୍ତ୍ର, ଧାନ ଅମଳ ଯନ୍ତ୍ର, ପ୍ଲାଷ୍ଟିକ କ୍ରେଟ ଓ ଘାସବଛା ଯନ୍ତ୍ର, ଯୋଗାଇ ଦିଆଯାଇଛି | ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଏବଂ ଜନଜାତି ପରିବାରଙ୍କୁ ଛେଳି ଓ କୁକୁଡା ପାଳନ ନିମନ୍ତେ ସହାୟତା ଯୋଗାଇ ଦିଆଯାଇଛି | ଜନଜାତି ଯୁବ ଉଦ୍ୟୋଗୀଙ୍କର ଉଦ୍ୟୋଗର ବିକାଶ ନିମନ୍ତେ ୮୦୦ ଜଣଙ୍କୁ ଏକଲକ୍ଷ ଟଙ୍କାର ଆର୍ଥିକ ସହାୟତା ସିଧାସଳଖ ଭାବେ ପ୍ରଦାନ କରିବା ସହିତ ବ୍ୟବସାୟକ ତାଲିମ ଦିଆଯାଇଛି, ଫଳରେ ସେମାନେ ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଦେଇପାରୁଛନ୍ତି | ଆଗାମୀ ଦିନରେ ଅଧିକ ରୁ ଅଧିକ ଲୋକଙ୍କୁ ରୋଜଗାର କ୍ଷମ କରାଇବା ସହିତ ସ୍ଵାବଲମ୍ବୀ କରାଇବା ପାଇଁ ବିଭାଗ ପକ୍ଷରୁ ନିରନ୍ତର ଉଦ୍ୟମ କରାଯାଉଛି।ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *